fbpx

ପ୍ରସିଦ୍ଧ ହଲିଉଡ୍ ଗାୟିକା ଲିସା ମ୍ୟାରୀ ପ୍ରେସଲୀଙ୍କ ପରଲୋକ

ନୂଆଦିଲ୍ଲୀ: ହଲିଉଡ୍ ମ୍ୟୁଜିକ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର ଆସିଛି । ବିଶିଷ୍ଟ ଗାୟିକା ଲିସା ମ୍ୟାରୀ ପ୍ରେସଲୀଙ୍କ ୫୪ ବର୍ଷରେ ପରଲୋକ ଘଟିଛି । କାର୍ଡିଆକ ଆରେଷ୍ଟରେ ସେ ତାଙ୍କର ଲସ୍ ଆଞ୍ଜେଲସ ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହସ୍ପିଟାଲରେ ଡାକ୍ତର ତାଙ୍କୁ ସିପିଆର ଦେବା ସହିତ ଇଞ୍ଜେକସନ ଦେଇଥିଲେ । ମାତ୍ର ସବୁକିଛି ବୃଥା ଯାଇଥିଲା ।

ତେବେ ଲିସାଙ୍କ ମୃତ୍ୟୁକୁ ନେଇ ତାଙ୍କର ମାଆ ପ୍ରିସିଲା ପ୍ରେସଲି ଏକ ବୟାନ ଜାରି କରିଛନ୍ତି । ତାଙ୍କର ସୁନ୍ଦରୀ କନ୍ୟା ଆଉ ଆମ ଗହଣରେ ନାହାନ୍ତି । ଏକଥା ସେ ଭାରି ହୃଦୟରେ ସମସ୍ତଙ୍କ ସହ ଶେୟାର କରୁଥିବା କହିଛନ୍ତି । ଗତ ୧୦ ତାରିଖରେ ଲିସା ଓ ତାଙ୍କର ମଆ ପ୍ରିସିଲା ବବର୍ଲୀ ହିଲସରେ ଅନୁଷ୍ଠିତ ହୋଇଥିବା ଗୋଲଡେନ ଗ୍ଲୋବ ଉତ୍ସବରେ ସାମିଲ ହୋଇଥିଲେ ।

ଗତ ୧୯୬୮ରେ ଲିସା ଜନ୍ମଗ୍ରହଣ କରିଥିଲେ । ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ସେ ନିଜର କ୍ୟାରିୟର ଶୁଭାରମ୍ଭ କରିଥିଲେ । ୨୦୦୩ରେ ତାଙ୍କର ଡେବ୍ୟୁ ଆଲବମ ‘ଟୁ ହୁମ ଇଟ୍ ମେ କନ୍ସର୍ସ’ ରିଲିଜ୍ ହୋଇଥିଲା । ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ଲିସା ସର୍ବଦା ବିବାଦ ଘେରରେ ରହିଥିଲେ । ସେ ମୋଟ ୪ ଥର ବିବାହ କରିଥିଲେ ହେଁ କୌଣସି ସମ୍ପର୍କ ତିଷ୍ଠି ପାରିନଥିଲା । ସେ ମାଇକେଲ ଜ୍ୟାକସନଙ୍କୁ ବିବାହ କରି ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ତାଙ୍କ ସହିତ ରହିଥିଲେ । ତାଙ୍କର ଚତୁର୍ଥ ବୈବାହିକ ଜୀବନ ମ୍ୟୁଜିକ ପ୍ରଡ୍ୟୁସର ମାଇକଲ ଲଙ୍କଉଡଙ୍କ ସହିତ ୨୦୦୬ରୁ ୨୦୨୧ ପର୍ଯ୍ୟନ୍ତ ଚାଲିଥିଲା ।

Get real time updates directly on you device, subscribe now.