fbpx

ଅଙ୍ଗନବାଡି ଦିଦିଙ୍କ ଘରୁ ବାହାରିଲା ୪ କୋଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର):କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ତାଙ୍କର କୋଟି କୋଟି ଟଙ୍କା ସମ୍ପତି ଏବେ ଅନେକଙ୍କୁ ଚକିତ କରିଛି । ତେବେ ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ କବିତା ମାଥନଙ୍କ ମନ୍ତବ୍ୟ ବି ବେଶ ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତି ଯେ, ମୁଁ ଜୀବନରେ ବହୁ କଷ୍ଟ ସ୍ୱୀକାର କରିଛି । ଅନେକ ବ୍ୟବସାୟ କରିଛି । ପିଲାଙ୍କୁ ଟ୍ୟୁସନ ବି କରୁଥଲି । ଏମିତିବି ସମୟ ଥିଲା ଯେତେବେଳେ ସେ କାକୁଡ଼ିରୁ ଚୋପା ଛଡେ଼ଇ ବିକ୍ରି କରୁଥିଲେ । ସେ କୌଣସି ଆୟ ବର୍ହିଭୂତ ସମ୍ପତି ଅର୍ଜନ କରିନାହାନ୍ତି । ତାଙ୍କ ସ୍ୱାମୀ ଜଣେ ଓକିଲ ।
ସେ ଜମିବାଡ଼ି ବ୍ୟବସାୟ ବି କରନ୍ତି । ତାଙ୍କର ଧୂପ ଫିନାଇଲ ବେପାର ବି ଅଛି । ଜିରୋରୁ ହିରୋ ହୋଇଥିବାରୁ କେହି ଜାଣିଶୁଣି ତାଙ୍କ ନାମରେ ଅଭିଯୋଗ କରିଛି ବୋଲି ସେ କହିଛନ୍ତି । ସମସ୍ତ ପ୍ରକାର ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ନାମରେ ଯେଉଁ ସମ୍ପତି ଥିବା କୁହାଯାଉଛି ସେଭଳି କିଛି ସମ୍ପତି ନାହିଁ । କେଶୁରାରେ ସେ ଜାଗା କିଣି ଘର କରିଛନ୍ତି ଓ ଗୋଟିଏ ଘରେ ରହୁଛନ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟଯେ, ଅଙ୍ଗନବାଡ଼ି ଦିଦିଙ୍କ ନିକଟରେ ୪ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତି ଥିବାରୁ ଭିଜିଲାନ୍ସ ଚଢ଼ାଉ କରିଛି । ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

Get real time updates directly on you device, subscribe now.