fbpx

ମହିଳାଙ୍କ ପାଇଁ ଓଲାର ବଡ ଘୋଷଣା; ୧୦ ହଜାର ନୂତନ ନିଯୁକ୍ତି

ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନକୁ ନେଇ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ଓଲା ପକ୍ଷରୁ ମହିଳା ସଶକ୍ତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ଏହାର କାରଖାନାରେ ୧୦ ହଜାର ମହିଳାଙ୍କୁ ନିଯୁକ୍ତ କରିବ । ଓଲାର ସହ ପ୍ରତିଷ୍ଠାତା ଭବିଷ ଅଗ୍ରୱାଲ୍ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କେବଳ ମହିଳାମାନେ ଓଲା ଇଲେକ୍ଟ୍ରିକ୍ ସ୍କୁଟର ତିଆରି କରିବେ । ଆତ୍ମ ନିର୍ଭର ଭାରତ ଲାଗି ଆତ୍ମନିର୍ଭର ମହିଳା ଆବଶ୍ୟକ । ସେଥିପାଇଁ ଆମେ କେବଳ ମହିଳାଙ୍କୁ କାରଖାନାରେ ନିଯୁକ୍ତ କରିବୁ । ଯେଉଁ କିଛି ମହିଳାଙ୍କୁ ନିଯୁକ୍ତ କରାଯାଇଛି ସେମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓକୁ ସେ ନିଜେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

ଇଲେକ୍ଟ୍ରିକ୍ ଯାନ ତିଆରି କରିବା ଲାଗି ଓଲା ପକ୍ଷରୁ ତାମିଲନାଡୁରେ ୫୦୦ ଏକର ଜମିରେ ଓଲା ଫ୍ୟୁଚର ଫ୍ୟାକ୍ଟ୍ରି ସ୍ଥାପନ କରାଯାଇଛି । ଏଥିରେ କଂପାନି ୨୪୦୦ କୋଟି ଟଙ୍କା ନିବେଶ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ଏହି କାରଖାନାରେ ବର୍ଷକୁ ୧୦ ଲକ୍ଷ ଗାଡ଼ି ତିଆରି କରିବ । ଚାହିଦା ବଢ଼ିବା ପରେ ବାର୍ଷିକ ଉତ୍ପାଦନକୁ ୨୦ ଲକ୍ଷ ପର୍ଯ୍ୟନ୍ତ ବଢ଼ାଇବ । ଏହି କାରଖାନାରେ ବର୍ଷକୁ ଏକ କୋଟି ଗାଡ଼ି ଉତ୍ପାଦନ କରିବା ପାଇଁ କଂପାନି ବଡ଼ ସ୍ୱପ୍ନ ରଖିଛି ।

Get real time updates directly on you device, subscribe now.