fbpx

ୟାକୁ କୁହନ୍ତି ପୋଲିସ; ଅଡିଓ କ୍ଲିପରୁ ଅପରାଧୀର ତଣ୍ଟିଯାଏଁ ପହଞ୍ଚିଲା

ନୂଆଦିଲ୍ଳୀ: ଅଡିଓ କ୍ଲିପରୁ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପୋଲିସ । ୨୪ ବର୍ଷୀୟା ଜାତୀୟ ଖୋ ଖୋ ଖେଳାଳିଙ୍କୁ ହତ୍ୟା କରିଥିବା ଜଣେ ଅପରାଧୀକୁ ଧରିବାରେ ସଫଳ ହୋଇଛି ବିଜନୋର ପୋଲିସ । ଏହି ଘଟଣା ସେପ୍ଟେମ୍ବର ୧୦ ତାରିଖରେ ଘଟିଥିଲା । ମହିଳା ଖେଳାଳିଙ୍କ ଶବ ପୋଲିସକୁ ବିଜନୋର ରେଳ ଷ୍ଟେସନରୁ ମିଳିଥିଲା । ଏହାପରେ ଏକ ଅଡିଓ କ୍ଲିପ ସାହାଯ୍ୟରେ ପୋଲିସ ଅପରାଧୀକୁ ଧରିବାରେ ସକ୍ଷମ ହୋଇଥିଲା ।

ଖେଳାଳି ଜଣକ ଅଭ୍ୟାସ ସାରି ଫେରୁଥିବା ବେଳେ ଦିନ ୨ଟା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଦଳିତ ମହିଳା ଜଣଙ୍କ ଫେରୁଥିବା ବେଳେ ହତ୍ୟାକାରୀ ଶେହଜାଦ ଓରଫ ହାଦିମ ତାଙ୍କର ପିଛା କରିଥିଲା । ଏହି ସମୟରେ ଯୁବତୀ ଜଣଙ୍କ ଫୋନରେ କଥା ହେଉଥିଲେ । ପିଛା କରୁଥିବା ହାଦିମ୍ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଯୁବତୀ ପାଟି କରିବାକୁ ଚେଷ୍ଟା କରିବାରୁ ଗଳା ଦବାଇ ହତ୍ୟା କରିଥିଲା ଦୁର୍ବୁର୍ତ୍ତ । ଏହି ସମୟରେ ଫୋନର ଆର ପଟରେ ଥିବା ବନ୍ଧୁ ଜଣଙ୍କ କଲ ରେକର୍ଡ କରି ନେଇଥିଲେ । ଏହି ରେକର୍ଡିଂ ସହାୟତାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସମର୍ଥ ହୋଇଥିଲା । ଅଭିଯୁକ୍ତ ଜଣଙ୍କ ମୋବାଇଲ ନେଇ ଫେରାର ହୋଇ ଯାଇଥିଲା । ପରେ ଉକ୍ତ କଲ ରେକର୍ଡିଂ ପୋଲିସ ହାତରେ ପଡିବା ପରେ ଅଭିଯୁକ୍ତକୁ ତା ଘରୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.