fbpx
BSKY
BJD SHG SKY
BJD YOUTH SKY

ପାକିସ୍ତାନର ଅନାରକଲି ବଜାରରେ ବିସ୍ଫୋରଣ: ୪ ମୃତ, ୨୦ ଆହତ

ନୂଆଦିଲ୍ଳୀ: ପାକିସ୍ତାନର ପ୍ରସିଦ୍ଧ ଅନାରକଲି ବଜାରରେ ଘଟିଯାଇଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ରହିଥିଲା କି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଅନାରକଲି ବଜାରର ସେହି ସ୍ଥାନରେ ବିସ୍ଫୋରଣ ହୋଇଥିଲା ଯେଉଁ ସ୍ଥାନରେ ଅଧିକ ଭାରତୀୟ ସାମଗ୍ରୀ ବିକ୍ରି ହୋଇଥାଏ । ଏକ ଟାଇମର ଡିଭାଇସ ଜରିଆରେ ବିସ୍ଫୋରଣ ହୋଇଥିଲା । ଲାହୋର ପୋଲିସ ମୁଖପାତ୍ର ରାଣା ଆରିଫ୍ ୪ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଥିବା ବେଳେ ଏହା ଆହୁରି ବଢିବାର ସମ୍ଭାବନା ରହିଛି ।

ପାନ ମଣ୍ଡି ନାମକ ସ୍ଥାନରେ ଏହି ବିସ୍ଫୋରଣ ଘଟିଥିଲା । କୌଣସି ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି । ତେବେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । କୌଣସି ଏକ ମୋଟର ସାଇକେଲ ଜରିଆରେ ଟାଇମର ଡିଭାଇସ ଜରିଆରେ ଏହି ବିସ୍ଫୋରଣ କରାଯାଇଥିବା ନେଇ ପୋଲିସ ଡିଆଇଜି ମହମ୍ମଦ ଆବିଦ ପ୍ରକାଶ କରିଛନ୍ତି । କାଉଣ୍ଟର ଟେରୋରିଜିମ ସ୍କ୍ୱାଡ ଏବଂ ବୋମା ନିରୋଧୀ ସ୍କ୍ୱାଡ ଘଟଣା ଉପରେ ନଜର ରଖିଛନ୍ତି । ଏହି ବିସ୍ଫୋରଣ ପ୍ରଭାବରେ ଏକାଧିକ ଦୋକାନ ଏବଂ ମୋଟର ସାଇକେଲ ନଷ୍ଟ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.