fbpx

ମଝି ଚିଲିକାରେ ଅଟକିଲା ଭସାପୋଲ, ଘଣ୍ଟାଏ ଧରି ଫସିଲେ ୫୦ରୁ ଅଧିକ ଯାତ୍ରୀ: ଦେଖନ୍ତୁ ଭିଡିଓ…

କୃଷ୍ଣପ୍ରସାଦ: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ଜହ୍ନିକୁଦାରୁ ସାତପଡ଼ା ଯାଉଥିବାବେଳେ ଭସାପୋଲଟି ମୁଖ୍ୟ ଚ୍ୟାନେଲରୁ ଅଲଗା ହୋଇ ମଧ୍ୟଭାଗରେ ଅଟକି ଯାଇଥିଲା । ଭସାପୋଲରେ ୨ଟି ଯାତ୍ରୀବାହୀ ବସ୍, ୧୦ଟି ବାଇକ ଏବଂ ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ହଠାତ୍ ମୁଖ୍ୟ ଚ୍ୟାନେଲରୁ ଅଲଗା ହେବା ପରେ ଅଟକି ଯାଇଥିଲା ଭସାପୋଲ, ଯାହାକୁ ନେଇ ଭୟଭୀତ ମଧ୍ୟ ହୋଇଯାଇଥିଲେ ଯାତ୍ରୀମାନେ ।

ସୋଭାଗ୍ୟବସତଃ ଚିଲିକାରେ ଜଳସ୍ତର କମ୍ ରହିଥିବା ଏବଂ କର୍ମଚାରୀଙ୍କ ନିଜସ୍ୱ ଉଦ୍ୟମ ଯୋଗୁଁ ପୁଣିଥରେ ଚାଲିଥିଲା ଭସାପୋଲ । ଭସାପୋଲର କର୍ମଚାରୀମାନେ ମରାମତି କରିଥିଲେ ଏବଂ ପୁନଃକାର୍ଯ୍ୟକ୍ଷମ କରିଥିଲେ ଆଉ ପ୍ରାୟ ୧ ଘଣ୍ଟା ପରେ ମଝି ଚିଲିକାରୁ କୂଳକୁ ଆସିଥିଲା ଭସାପୋଲ ।

 

Get real time updates directly on you device, subscribe now.