fbpx

କୋଭିଡ ଆକ୍ଟିଭ କେସରେ ଟପ୍ ଟେନରେ ଓଡ଼ିଶା: ସୂଚନା ଦେଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସମିଟ୍ । ଟପ୍ ଟେନ ଆକ୍ଟିଭ କେସ୍ ରାଜ୍ୟ ମଧ୍ୟରେ ଓଡ଼ିଶା ଥିବା ସୂଚନା । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ଟିଭ୍ କେସ୍ ରହିଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଟପ୍ ଟେନରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ୟୁପି, ଗୁଜରାଟ, ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଟପ୍ ୧୦ରେ ରହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ୮୮୩୪୬ ଆକ୍ଟିଭ କେସ୍ ରହିଥିବାବେଳେ । ଗତ ୨୪ ଘଣ୍ଟାରେ ୧୦୩୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୫୩ ଲୋକାଲ କଣ୍ଟାକ୍ଟ ରହିଥିବାବେଳେ କ୍ୱାରେଣ୍ଟିନରୁ ୬୦୧୫ ଜଣ ରହିଛନ୍ତି ।

ସେହିଭଳି ଦେଶରେ ଗୋଟିଏ ଦିନରେ ୩୧୭୫୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୨୮ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ୧୯୨୪୦୫୧ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.