fbpx

କରୋନାରେ ୪ ମୃତ, ୩୦୩ ଆକ୍ରାନ୍ତ

Advertisement

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୨ ସଙ୍ଗରୋଧରୁ ଓ ୧୩୧ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି ।

ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୫୦୪କୁ ବୃଦ୍ଧି ପାଇଛି । ଭୁବନେଶ୍ୱର, କଳାହାଣ୍ଡି, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

Get real time updates directly on you device, subscribe now.