fbpx

ହାଇସ୍କୁଲରେ ଗୁଳିମାଡ, 4ମୃତ

4 Dead In School Shooting In US's Georgia

ନୂଆଦିଲ୍ଲୀ: ଆମେରିକାରେ ଗୁଳି ଏବଂ ବନ୍ଧୁକ ରଖିବା ଏକ ପ୍ରକାର ମୁଣ୍ଡବ୍ୟଥାର କାରଣ ସାଜିଛି । ଆମେରିକାରେ ଗୁଳିମାଡ ନେଇ ଅନେକ ଖବର ସାମ୍ନାକୁ ଆସୁଥିବା ଆଜି ଆଉ ଏକ ସ୍କୁଲରେ ଆଖିବୁଜା ଗୁଳିମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁଳିମାଡରେ ଟଳିପଡିଲେ ଶିକ୍ଷକ ଏବଂ ଛାତ୍ର । ଆମେରିକା ଜର୍ଜିଆର ଏକ ହାଇସ୍କୁଲରେ ଏହି ଗୁଳିମାଡ ହୋଇଥିବା ସୂଚନା ରହିଛି । 2ଜଣ ଛାତ୍ର ଏବଂ 2 ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ତର୍ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁସାରେ,  ଏହି ଘଟଣା ଭାରତୀୟ ସମୟ ଅନୁସାରେ ରାତି 8ଟାରେ ହୋଇଥିଲା । ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗୁଳିଚଳାଇ ଥିବା ଆତତାୟୀକୁ ପୋଲିସ ଅଟକ ରଖିବା ସହିତ ପଚରାଉଚରା ଆରମ୍ଭ କରିଛି । ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟକର ବିଷୟ ହେଇଛି ଗୁଳିମାଡ କରିଥିବା ଦୁର୍ବୃତ୍ତ ଉକ୍ତ ସ୍କୁଲର ଛାତ୍ର ବୋଲି ଜଣାପଡିଛି। କିନ୍ତୁ ପୋଲିସ ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସବୁ ସ୍କୁଲକୁ ବନ୍ଦ ରଖିବା ପାଇଁ ଆଦେଶ ଦିଆଯାଇଛି । ଏନେଇ ଜର୍ଜିଆର ଗର୍ଭର୍ଣ୍ଣର ଏକ୍ସରେ ପୋଷ୍ଚ କରି କହିଛନ୍ତି, “ମୁଁ ଜର୍ଜିଆବାସୀଙ୍କୁ ଅନୁରୋଧ କରି କହୁଛି ଯେ, ସ୍କୁଲରେ ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ । ଆମେ ଏହି ବିପଦରୁ ମୁକୁଳିବା ପାଇଁ ସ୍ଥାନୀୟ ପ୍ରଶାସନ ସହିତ ମିଶି କାର୍ଯ୍ୟ କରୁଛୁ । “ ଅନ୍ୟପଟେ ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଅବଗତ କରାଯାଇଛି । ତେବେ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କାରଣରୁ ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.