fbpx
BSKY
BJD MC SKY
BJD YOUTH SKY

କରୋନାର ଓଡ଼ିଶାରେ ରହିଛି ୪ଟି ଗ୍ରୁପ

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଭାବେ ୫ଦିନ ହେବ ୪୫୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଉ ଏକ ବିଶେଷ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ କରୋନା ଭାଇରସ୍ ନେଇ ୪ଟି ଗ୍ରୁପ ରହିଛି । ଗ୍ରୁପ ଗୁଡ଼ିକ କେଉଁ ଜିନର ସେନେଇ ପରୀକ୍ଷଣ କରାଯାଉଛି । ୨ରୁ ୩ଦିନ ଭିତରେ ଏହି ପରୀକ୍ଷଣର ରିପୋର୍ଟ ଆସିବ ବୋଲି କୁହାଯାଇଛି । ବିଶେଷ କରି ମହାରାଷ୍ଟ୍ର ଓ ତାମିଲନାଡ଼ୁରୁ ଅଧିକ ଗ୍ରୁପ ଆସିଛନ୍ତି । ମହାରାଷ୍ଟ୍ର ଓ ତାମିଲନାଡ଼ୁରୁ ଆସିଥିବା ଷ୍ଟ୍ରେନ୍ ଅନ୍ୟ ୩ଟିରୁ ଅଲଗା ରହିଛି ବୋଲି କୁହାଯାଇଛି ।

ଅନ୍ୟପଟେ ଆଜିଠାରୁ କଟକ ଓ ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି । ଏବେ ରାଜ୍ୟରେ ୫ହଜାର କିଟ୍ ପହଞ୍ଚିଛି ଏବଂ ପରେ ଆଉ ୨୦ହଜାର କିଟ୍ ପହଞ୍ଚିବା ନେଇ ସୂଚନା ମିଳିଛି । ରାଜ୍ୟରେ ଟେଷ୍ଟ ବଢ଼ିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । କ୍ୱାରେଣ୍ଟିନ ସେଣ୍ଟରରୁ ଅଧିକ ଚିହ୍ନଟ ହେଉଥିବାରୁ ଅସୁବିଧା ନାହିଁ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.