fbpx

ଭାରତ ପରେ ଏହି ଦେଶଗୁଡିକରେ ଟିକ୍-ଟକ୍ ସମେତ ଅନେକ ଚୀନ୍ ଆପ୍ ବ୍ୟାନ୍, ଜାଣନ୍ତୁ

ଭାରତରେ ଟିକ୍-ଟକ୍ ଆପ୍ ସମେତ ୫୯ଟି ଚୀନ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଫଳରେ ଚୀନର ଏହି ସମସ୍ତ କମ୍ପାନୀଗୁଡିକ ଆର୍ଥିକ କ୍ଷତି ସହୁଛି । ଏହାରି ମଧ୍ୟରେ ଚୀନକୁ ମିଳିଛି ଆଉ ଏକ ଶକ୍ତ ଝଟକା । ଭାରତ ପରେ ପରେ ଏବେ ଆମେରିକା ଓ ଅଷ୍ଟ୍ରେଲିଆରେ ଟିକ୍ ଟକ ସମତେ ଅନେକ ଚୀନ ଆପକୁ ବ୍ୟାନ କରାଯାଇଛି । ଅଷ୍ଟ୍ରେଲିଆର ସଂସଦୀୟ ସମିତି ଖୁବଶୀଘ୍ର ଏହା ଉପରେ ମୋହର ଲଗାଇବାକୁ ଯାଉଛନ୍ତି । ଅନ୍ୟପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଖୁବଶୀଘ୍ର ଅନେକ ଚାଇନିଜ ଆପରେ ପ୍ରତିବନ୍ଧକ ଲଗାଯିବ ।

ସୁରକ୍ଷା କାରଣରୁ ଭାରତ ସରକାର ଟିକ୍ ଟକ୍ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପ୍ ବ୍ୟାନ କରିଥିଲେ । ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ୧୬ ଲକ୍ଷରୁ ଅଧିକ ଲୋକ ଟିକ୍ ଟକ୍ ବ୍ୟବହାର କରୁଛନ୍ତି । ଖୁବଶୀଘ୍ର ଆମେରିକା ଓ ଅଷ୍ଟ୍ରେଲିଆରେ ଟିକ୍ ଟକ୍ ସମେତ ଅନେକ ଚୀନ୍ ଆପ୍ ବ୍ୟାନ ହେବାକୁ ଯାଉଛି ।

Get real time updates directly on you device, subscribe now.