fbpx
BJD
BJD SKY
BJD SKY

ବନ୍ଦ ହେଲା ଇଣ୍ଟରନେଟ ସେବା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

BJD

ଆସାମ:ପରୀକ୍ଷାରେ କପି ରୋକି ପାଇଁ ସରକାର ଭିନ୍ନ ଭିନ୍ନ ଚିନ୍ତା ଧାରା ଆଣୁଥିବା ବେଳେ ଏହାକୁ କିପରି ମାତ ଦେଇ ପାରିବେ ତାହା ପାଇଁ ପରୀକ୍ଷାର୍ଥୀ ମାନେ ବିଭିନ୍ନ ଉପାୟ ପାଞ୍ଚୁଛନ୍ତି ।
ସୂଚନାମୁତାବକ ଆସମ ସରକାର ୨୭ ହଜାର ପଦବୀ ପୂରଣ ପାଇଁ ପରୀକ୍ଷା ଅନୁଷ୍ଠିତ କରିଥିଲେ । ତେବେ ଏହି ପରୀକ୍ଷାରେ କପି ରୋକିପାଇଁ ଆସାମ ସରକାର ଏକ ବଡ ପଦକ୍ଷେପ ହାତକୁ ନେଇଛନ୍ତି । ରାଜ୍ୟ ସରକାର ସେହି ସ୍ଥାନର ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । ଯାହା ଫଳରେ ପ୍ରାୟ ୪ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।

ସୂଚନାମୁତାବକ ଏହି ପରୀକ୍ଷା ଦେବା ପାଇଁ ପ୍ରାୟ ୧୪ ଲକ୍ଷ ପିଲା ଆବେଦନ କରିଥିଲେ । ରାଜ୍ୟ ସରକାର ସୂଚନା ଦେଇଥିଲେ ସେ ରାଜ୍ୟର କୌଣସି ଜିଲ୍ଲାରେ ଇଣ୍ଟରନେଟ ସେବା ଜାରି ରହିବ ନାହିଁ ।
ପରୀକ୍ଷାକେନ୍ଦ୍ରରେ ସୁରକ୍ଷା କଡାକଡି କରିବା ସହିତ ପରୀକ୍ଷାର୍ଥୀ ମାନଙ୍କୁ ବହୁ ଯାଞ୍ଚ ସହିତ ଭିତରକୁ ଛଡା ଯିବ ବୋଲି ନିର୍ଦ୍ଦେଶ ହୋଇଥିଲା । ଏହା ସହିତ ଆସମର ମୁଖ୍ୟମନ୍ତ୍ରୀ ହିମନ୍ତବିଶ୍ୱ ଶର୍ମା ଏହା ପାଇଁ ଏକ ବୈଠକ ମଧ୍ୟ କରିଥିଲେ । ଏବଂ ପରୀକ୍ଷାକୁ କିପରି ସଫଳ ଭାବରେ କରାଯିବ ଏହା ଉପରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.