fbpx

ଅମ୍ଫାନ ମୁକାବିଲା ନେଇ ୪ଜିଲ୍ଲା ପାଇଁ ୪ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ବର୍ତ୍ତମାନ ମହାବାତ୍ୟାର ରୂପ ନେଇସାରିଛି । ଓଡ଼ିଶାର ୪ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ସୂଚନା ରହିଛି । ତେଣୁ ଅମ୍ଫାନ ମୁକାବିଲା କରିବା ପାଇଁ ୪ ଆଇଏଏସ ଅଫିସରଙ୍କୁ ୪ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଦାୟିତ୍ୱରେ ରହିବେ ପରିବହନ ସଚିବ ମଧୂସୂଦନ ପାଢ଼ୀ । ସେହିପରି ଭଦ୍ରକ ଦାୟିତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ, କେନ୍ଦ୍ରାପଡ଼ା ଦାୟିତ୍ୱରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଜଗତସିଂହପୁରରେ ଶାଶ୍ୱତ ମିଶ୍ର ଅମ୍ଫାନ ପରିଚାଳନା କରିବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.