fbpx

ଓଡ଼ିଶାର ପୁଣି ଏହି ଜିଲ୍ଲାକୁ ଫେରିଲା କରୋନା, ଏକାଥରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଜଗତସିଂହପୁର, ୧୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ଜଗତସିଂହପୁରର ଓ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ଜଣାପଡ଼ିଛି । ସମସ୍ତେ ସଙ୍ଗରୋଧରେ ଥିଲେ । ୨୦ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣ ଜଗତସିଂହପୁରର ନାଉଗାଁର ହୋଇଥିବା ବେଳେ ଜଣେ କୁଜଙ୍ଗର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଳାପାଳ । କିଛି ସମୟ ତଳେ ଜଗତସିଂହପୁରରେ ୫କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଜିଲ୍ଲାଟି କରୋନା ମୁକ୍ତ ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୯୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭୭ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୬୧୫କେସ ରହିଛି ।

Get real time updates directly on you device, subscribe now.