fbpx

ସୋପିଆନ ଏନକାଉଣ୍ଟର: ୪ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର: ସୋପିଆନରେ ସେନା ଗୁଳିରେ ୪ ଆତଙ୍କବାଦୀ ନିହତ । ସୋପିଆନ ଜିଲ୍ଲା ବଡ଼ିଗ୍ରାମରେ ଗୁରୁବର ବଡ଼ ଧରଣର ଏନକାଉଣ୍ଟର ହୋଇଛି ଯେଉଁଥିରେ ୪ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ  ହୋଇଛି ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ସହ ଏନକାଉଣ୍ଟରସ୍ଥଳକୁ ଯାଉଥିବା ବେଳେ କାନିପୋରା ଗାଁ ନିକଟରେ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଓଲଟିବାରୁ ୩ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୫ ଯବାନ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କାଶ୍ମୀର ସୋପିଆନ ବଡୀଗ୍ରାମରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିଲେ । ପୋଲିସର ସୂଚନା ଅନୁଯାୟୀ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରି ରଖିଛନ୍ତି ଏବଂ ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦେଉଛନ୍ତି ।

ଆତଙ୍କୀ ସୂଚନା ମିଳିବାପରେ ପୋଲିସ ଟିମ୍ ପୂରା ଅଞ୍ଚଳକୁ ଘେରିଥିଲେ ଏବଂ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । କୁହାଯାଉଛି ପୋଲିସ ଯେତେବେଳେ ସେଠାରେ ପହଞ୍ଚିଥିଲେ ସେତେବେଳେ ଆତଙ୍କବାଦୀ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଯାହାପରେ ପୋଲିସ ମଧ୍ୟ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଥିଲା ।

 

Get real time updates directly on you device, subscribe now.