fbpx
BJD SKY
BJD SKY

ଲୋକସଭାରୁ ୪ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ: ହଙ୍ଗାମା କରିବାରୁ ଲୋକସଭା ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନ

BJD

ନୂଆଦିଲ୍ଲୀ: ଲୋକସଭାରେ ହଙ୍ଗାମା କରିବା ଯୋଗୁଁ କଂଗ୍ରେସର ୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହି ସାଂସଦ ମାନେ ସଂପୂର୍ଣ୍ଣ ଅଧିବେଶନ ପାଇଁ ଲୋକସଭାରୁ ନିଲମ୍ବିତ କରିଦିଆଯାଇଛନ୍ତି । ନିଲମ୍ବିତ କଂଗ୍ରେସ ସାଂସଦଙ୍କ ମଧ୍ୟରେ ମନିକମ ଟାଗୋର, ଜ୍ୟୋଥିମଣି, ରାମ୍ୟା ହରିଦାସ ଏବଂ ଟିଏନ ପ୍ରତାପନ ରହିଛନ୍ତି ।

ଏହି ସାଂସଦମାନେ ଦରବୃଦ୍ଧିକୁ ନେଇ ସଦନରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରୁଥିଲେ । ଏହା ପୂର୍ବରୁ ବାଚସ୍ପତି ସେମାନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେମାନେ ବିରୋଧ କରିବାକୁ ଚାହୁଛନ୍ତି ତେବେ ସଦନର ମର୍ଯ୍ୟାଦା ରଖନ୍ତୁ ଏବଂ ପ୍ଲାକାଡ୍ ଧରି ବିରୋଧ କରିବାକୁ ହେଲେ ସଦନ ବାହାରେ କରନ୍ତୁ ।

ପୀଠାସୀନ ସଭାପତି ରାଜେନ୍ଦ୍ର ଅଗ୍ରୱାଲ ଲୋକସଭାରେ ଆସନର ଉପେକ୍ଷା କରିବା ଦର୍ଶାଇ ଏହି ୪ କଂଗ୍ରେସ ସାଂସଦଙ୍କୁ ମୌସୁମୀ ଅଧିବେଶନରୁ ସଂପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ କରିବାର ଘୋଷଣା କରିଥିଲେ । ସେ କହିଥିଲେ ଯେ ନିୟମ ୩୭୪ ଅନୂଯାୟୀ ଜାଣିଶୁଣି ଲଗାତାର ଭାବରେ ସଭାର କାର୍ଯ୍ୟରେ ବାଧା ଉତ୍ପନ୍ନ କରୁଥିବା ଯୋଗୁଁ ନିଲମ୍ବିତ କରାଯାଉଛି ।

ଲୋକସଭା ସ୍ପିକର ବିରୋଧୀ ସାଂସଦଙ୍କୁ ଚେତାବନୀ ଦେବା ସହ କହିଥିଲେ ଯେ ୩ ଟା ପରେ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରାଯିବ । କିନ୍ତୁ ସଦନରେ ଭିତରେ କୌଣସି ବିରୋଧକୁ ବରଦାସ୍ତ କରାଯିବ ନାହିଁ । ପରେ ସେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଥିଲେ ଲୋକସଭା ।

Get real time updates directly on you device, subscribe now.