fbpx

ଆପଣଙ୍କ ପାପୁଲିରେ ରହିଛି କି ଶନିଦେବଙ୍କ ଏହି ରେଖା? ଦେଇଥାଏ ଅଶୁଭ ଲକ୍ଷଣ, ମିଳେନି ଭାଗ୍ୟର ସାଥ୍…

ନୂଆଦିଲ୍ଲୀ: କୁହାଯାଏ ହାତ ପାପୁଲି ସହ ଭାଗ୍ୟରେଖା ଯୋଡି ହୋଇ ରହିଥାଏ । ପାପୁଲିରେ ଥିବା ବିଭିନ୍ନ ରେଖା ଏବଂ ଅନ୍ୟାନ୍ୟ ଚିହ୍ନ ଶୁଭ ଏବଂ ଅଶୁଭର ସଙ୍କେତ ଦେଇଥାଏ । ଆଜି ଏହିପରି ଏକ ହସ୍ତରେଖା ବିଷୟରେ କହିବୁ ଯାହାକୁ ଶାସ୍ତ୍ରରେ “ଶନି ବଳୟ’ କୁହାଯାଏ । ତେବେ କ’ଣ ଏହି ଶନି ବଳୟ ? ଏହା ପାପୁଲିର କେଉଁ ସ୍ତାନରେ ରହିଥାଏ ଏବଂ ଏହାର ପରିଣାମ କ’ଣ ହୋଇଥାଏ ? ଆସନ୍ତୁ ଜାଣିବା ଏହି ପ୍ରଶ୍ନଗୁଡିକର ଉତ୍ତର ।

ହାତର ମଧ୍ୟମା ଆଙ୍ଗୁଳି ତଳେ ରହିଥାଏ ଶନି ପର୍ବତକୁ ଅର୍ଦ୍ଧବୃତ୍ତାକାରରେ ଘେରି ରହୁଥିବା ରେଖାକୁ “ଶନି ବଳୟ’ ରେଖା କୁହାଯାଏ । ସାଧାରଣତଃ ଏହି ରେଖାକୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଏ । ଯେଉଁ ଲୋକମାନଙ୍କ ହାତରେ ଏହି ରେକା ଅବସ୍ଥାପନ କରିଥାଏ, ସେମାନେ ଖୁସି ଏବଂ ଆନନ୍ଦ ଜୀବନରୁ ବଞ୍ଚିତ ରହିଥାନ୍ତି । ତେବେ ଏହି ଲୋମାନେ ମୁଖ୍ୟତଃ ଉଦାସ ପ୍ରକୃତିର ହୋଇଥାନ୍ତି ।

ଯେଉଁମାନଙ୍କ ହାତ ପାପୁଲିରେ ଶନି ବଳୟ ରହିଥାଏ, ସେମାନଙ୍କୁ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଏ । କେବଳ ସେତିକି ନୁହେଁ, ଅସୁବିଧା ଏବଂ ଚାଲେଞ୍ଜ ଏବଂ ନିରାଶା ଏମାନଙ୍କ ପିଛା ଛାଡି ନଥାଏ । ତେବେ ଏହି ଲୋକମାନେ ଖୁବ ଅଧିକ କଥା କହିଥାନ୍ତି କିନ୍ତୁ ଏହା ତୁଳନାରେ ପରିଶ୍ରମ ଖୁବ କମ କରିଥାନ୍ତି । ଯଦି ବଳୟ ସହିତ ହାତରେ ଶର୍ଟ ହେଡ ଲାଇନ ଥାଏ, ତେବେ ଏହି ଲୋକମାନେ ଜୀବନକୁ ଏକା ଭାବେ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି ।

• ହାତ ପାପୁଲିରେ ଶନି ବଳୟ ରେଖା ସମ୍ପୂର୍ଣ୍ଣ ଗାଢ ଏବଂ ସଫା ଦେଖାଯିବାର ଅର୍ଥ ବ୍ୟକ୍ତି ଜଣକ ଖୁବ ଚାଲାକ ହୋଇଥାନ୍ତି । ତେବେ ଏହି ଲୋକମାନେ ଖୁବ ଶାନ୍ତ ଏବଂ ନିଜ ସିକ୍ରେଟ କାହାକୁ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ସାଙ୍ଗ ସାଥୀ ଏପରିକି ନିଜ ପରିବାରରୁ ମଧ୍ୟ ଦୂରେଇ ରହିବାକୁ ପସନ୍ଦ କରନ୍ତି । ତେବେ ସାଧାରଣତଃ କ୍ରିମିନାଲ ଏବଂ ଆମହତ୍ୟା କରୁଥିବା ଲୋକମାନଙ୍କ ହାତରେ ଏପରି ରେଖା ଦେଖିବାକୁ ମିଳିଥାଏ ।

• ତେବେ ଯଦି ପାପୁଲିରେ ଏହି ରେଖା କ୍ଲିୟର ଦେଖା ନଯାଏ, ତେବେ ଏହି ଲୋକମାନେ କମ୍ୟୁନିକେସନରେ କମଜୋର ଏବଂ ପାଗଳ ପ୍ରକୃତିର ହୋଇଥାନ୍ତି । ଏମାନଙ୍କୁ ମଧ୍ୟ ଏକା ରହିବା ହିଁ ପସନ୍ଦ ଆସିଥାଏ । ତେଣୁ ବିବାହ ବନ୍ଧନରୁ ଏମାନେ ଦୂରେଇ ରହିବାକୁ ଚେଷ୍ଟା କରନ୍ତି । ତେବେ କ୍ରାଇମ କିମ୍ବା ଆତ୍ମହତ୍ୟା ଭଳି କାର୍ଯ୍ୟକଳାପରୁ ଏମାନେ ଦୂରେଇ ରୁହନ୍ତି ।

• ତେବେ ଯଦି ପାପୁଲିର ଏହି ରେଖା ଭାଙ୍ଗି ଯାଇଥାଏ, ତେବେ ଏହା ବିଶେଷ ଚିନ୍ତାଜନକ ନୁହେଁ । ଏପରି ପରିସ୍ଥିତିରେ ଯଦି ମସ୍ତିଷ୍କ ରେଖା ଏବଂ ଆଙ୍ଗୁଳି ମଜବୁତ ରହିଥାଏ, ତେବେ ବ୍ୟକ୍ତିଜଣକୁ ବିଭିନ୍ନ ସମସ୍ୟାର ସାମନା କରିବାକୁ ମଧ୍ୟ ପଡିନଥାଏ ।

• ଯଦି ଶନି ବଳୟ ଅର୍ଦ୍ଧବୃତ୍ତ ପରିବର୍ତ୍ତେ କଣ୍ଟା ପରି ଏବଂ କମଜୋର ମସ୍ତିସ୍କ ରେଖା ସହିତ ଆଙ୍ଗୁଳି ମଧ୍ୟ କମଜୋର ରହିଥାଏ, ତେବେ ଏହା ନିଶ୍ଚିତ ଅଶୁଭର ସଙ୍କେତ ଦେଇଥାଏ । ଏଭଳି ଲୋକମାନେ ନିରାଶ, ପାଗଳ ଏବଂ କମ୍ ମେଳାପି ସ୍ୱଭାବର ହୋଇଥାନ୍ତି । ତେବେ ଏମାନେ ଜୀବନର ବଡ ବଡ ସଫଳତାରୁ ବଞ୍ଚିତ ହୋଇ ରହିଥାନ୍ତି ।

Get real time updates directly on you device, subscribe now.