fbpx

ଭୋଗଡ଼ାରେ ବୋମାମାଡ଼ ଘଟଣାରେ ୪ଗିରଫ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଜିଲ୍ଲା ସ୍ଥିତ ଭୋଗଡ଼ାରେ ବୋମାମାଡ଼ ଓ ଡକାୟତି ଘଟଣା ଘଟିଥିଲା । ଡକାୟତି ଓ ବୋମାମାଡ଼କୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ଗିରଫ ହୋଇଥିବା ୪ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ସେମାନଙ୍କ ପାଖରୁ ୪ଟି ବୋମା, ଦୁଇଟି ବାଇକ ଓ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅଢ଼େଇ କେଜିରୁ ଅଧିକଅଧିକ ସୁନା ଓ ରୁପା ଅଳଙ୍କାର ମଧ୍ୟ ସେମାନଙ୍କଠାରୁ ଜବତ କରାଯାଇଛି ।

Get real time updates directly on you device, subscribe now.