fbpx

ଗୋଟିଏ ଓଭରରେ ୫ଟି ଛକା: ରିଙ୍କୁ ସିଂହଙ୍କ ପୂର୍ବରୁ ଏହି ୪ ଖେଳାଳି କରିଛନ୍ତି ରେକର୍ଡ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ବର୍ତ୍ତମାନ ସବୁଠୁ ବଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୋଲକାତାର ଷ୍ଟାର ଖେଳାଳି ରିଙ୍କୁ ସିଂହ । ଗୁଜୁରାଟ ବିପକ୍ଷରେ ଗୋଟିଏ ଓଭରରେ ୫ଟି ଛକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶେଷ ଓଭରରେ ୨୯ ରନର ଆବଶ୍ୟକ ଥିବା ବେଳେ ଏମିତି କାରନାମା କରିଛନ୍ତି ରିଙ୍କୁ । ୫ଟି ବଲରେ ୫ଟି ଛକା ମାରି ଗୋଟିଏ ବଲ ପୂର୍ବରୁ ଦଳକୁ ବିଜୟ ଭେଟି ଦେଇଛନ୍ତି ରିଙ୍କୁ ସିଂହ । ତେବେ ପାଇଁ ଗୋଟିଏ ଓଭରରେ ଛକା ମାରିବାରେ ରିଙ୍କୁ ପ୍ରଥମ ଖେଳାଳି ନୁହେଁ, ତାଭ୍କ ପୂର୍ବରୁ ଆହୁରି କିଛି ଖେଳାଳି ଏହି ରେକର୍ଡ କରି ସାରିଛନ୍ତି ।

କ୍ରିସ ଗେଲ ବନାମ ପୁଣେ ୱାରିୟର୍ସ(୨୦୧୨): ଛକା ମାରିବା ବିଷୟରେ ଆଲୋଚନା କରିବା ବେଳେ ୟୁନିଭର୍ସ ବସଙ୍କ ନାମ ପ୍ରଥମରେ ରହିବା କିଛି ଆଶ୍ଚର୍ଯ୍ୟ ଘଟଣା ନୁହେଁ । ୨୦୧୨ ମସିହାରେ ସେ ମଧ୍ୟ ଏଭଳି କାରନାମା କରିସାରିଛନ୍ତି । ପୁଣେ ୱାରିୟର୍ସ ବିପକ୍ଷ ମ୍ୟାଚରେ ରାହୁଲ ଶର୍ମାଙ୍କ ଓଭରରେ ୫ଟି ବିଶାଳ ଛକା ଲଗାଇଥିଲେ । ସେହି ଇନିଂସରେ ମୋଟ ୪ଟି ଚୌକା ଏବଂ ୮ଟି ଲମ୍ବା ଛକା ଲଗାଇଥିଲେ କ୍ରିସ ଗେଲ ।

Royal Challengers Bangalore on Twitter: "#OnThisDay in 2012, a Gayle storm  hit the Chinnaswamy Stadium! 🌪️ He smashed 5️⃣ sixes in a row against the Pune  Warriors which eventually helped RCB chase

ରାହୁଲ ତେୱାତିଆ ବନାମ ପଞ୍ଜାବ କିଙ୍ଗସ(୨୦୨୦): ୨୦୨୦ରେ ପଞ୍ଜାବ କିଙ୍ଗସ ଏବଂ ରାଜସ୍ଥାନ ରୋୟଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ଥିଲେ ରାହୁଲ ତେୱାତିଆ । ପଞ୍ଜାବ କିଙ୍ଗସର ୨୨୪ ରନର ପିଛା କରି ରାଜସ୍ଥାନ ସଂଘର୍ଷ କରୁଥିବା ବେଳେ ସେ ଏମିତି କାରନାମା କରିଥିଲେ । ପଞ୍ଜାବର ସେଲଡନ କଟ୍ରେଲଙ୍କ ଗୋଟିଏ ଓଭରରେ ୫ଟି ଛକା ମାରିଥିଲେ ରାହୁଲ । ଏହି ଓଭରରେ ହିଁ ରାଜସ୍ଥାନକୁ ବିଜୟ ଆଡକୁ ସେ ଟାଣି ନେଇଥିଲେ । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ୬ ୱିକେଟରେ ବିଜୟୀ ହୋଇଥିଲା ।

Kxip Vs Rr, Ipl 2020:हरियाणा के छोटे से गांव से निकलकर कैसे Ipl सुपरस्टार  बने राहुल तेवतिया - Ipl 2020, Kxip Vs Rr News In Hindi: Success Story Of  Indian Premier League

ରବିନ୍ଦ୍ର ଜାଡେଜା ବନାମ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର(୨୦୨୧): ଏହି ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା । ବାଙ୍ଗାଲୋରର ଷ୍ୟାର ବୋଲର ହର୍ଷଲ ପଟେଲଙ୍କର ଗୋଟିଏ ଓଭରରେ ସେ ୫ଟି ବିଶାଳ ଛକା ହାସଲ କରିଥିଲେ । ଚେନ୍ନାଇ ଇନିଂସର ଶେଷ ଓଭରରେ ହର୍ଷଲ ପଟେଲଙ୍କୁ ସାମନା କରିଥିଲେ ଜାଡେଜା । ୧୯ ଓଭରରେ ଦଳ ୧୫୪ ରନ କରିଥିବା ବେଳେ ଶେଷ ଓଭରରେ ସେ ୩୭ ରନ ସଂଗ୍ରହ କରିଥିଲେ । ଏହି ଓଭରରେ ହର୍ଷଲ ପଟେଲଙ୍କୁ ୫ଟି ବିଶାଳ ଛକା ମାରିଥିଲେ ରବିନ୍ଦ୍ର ଜାଡେଜା । ଷ୍ଟାର ଅଲରାଉଣ୍ଡରଙ୍କ ୨୮ ବଲରେ ୬୨ ରନର ଏହି ବିସ୍ଫୋରକ ବଳରେ ଚେନ୍ନାଇ ବାଙ୍ଗାଲୋରକୁ ୧୯୨ ରନର ବିଶାଳ ଟାର୍ଗେଟ ଦେଇଥିଲା । ଏହାପରେ ୨୦୨୩ରେ ରିଙ୍କୁ ସିଂହ ଏହି ରେକର୍ଡ ନିଜ ନାମରେ ସାମିଲ କରିଛନ୍ତି ।

Ravindra Jadeja IPL: List of records broken in CSK vs RCB IPL 2021

Get real time updates directly on you device, subscribe now.