fbpx

୪ RPF କର୍ମଚାରୀ ନିଲମ୍ବିତ

ଝାରୁସୁଗୁଡା,୧୪ ।୧(ଓଡିଶା ଭାସ୍କର): ଝାରୁସୁଗୁଡାରୁ ୨୮୮ବସ୍ତା ଚୋରା ଚାଉଳ ଜବତ ଘଟଣାରେ ଆରପିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୪ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଟ୍ରେନ୍‌ରୁ ଚାଉଳ ଚୋରି ଘଟଣାରେ ୪ RPF କର୍ମଚାରୀଙ୍କୁ ନିଲମ୍ବନ କଲେ RPF ଡିଜି । RPF ପୋଷ୍ଟ କମାଣ୍ଡର ଏଲ୍‌.କେ ଦାଶ, ASI ଏସ୍‌. କେ କୁମାର, ୨ ହାବିଲଦାର ଆର. ଭି ଠାକୁର ଓ ଡି ବକ୍ସଲା ନିଲମ୍ବିତ ହୋଇଛନ୍ତି । ତେବେ ଗତ ୮ ତାରିଖରେ ଏକ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ଚାଉଳ ଜବତ କରିଥିଲା GRP ।

Get real time updates directly on you device, subscribe now.