fbpx

୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହର

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାରେ ଲାଗିଛି । ୯ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୫ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ସବୁଠୁ ଶୀତଳ ସହର ହୋଇଛି । ସେହିପରି ସୋନପୁର ଓ ଦାରିଙ୍ଗବାଡିରେ ୭ ଡିଗ୍ରୀ ଥିବା ବେଳେ ଟିଟିଲାଗଡରେ ୭,୬ ଡିଗ୍ରୀ ତାପମାତ୍ରା ରହିଛି । ଅନୁଗୁଳରେ ୭, ଭବାନୀପାଟଣାରେ ୯, କେନ୍ଦୁଝରରେ ୯.୪, ତାଳଚେରରେ ୯.୮, କୋରାପୁଟ ଓ ମାଲକାନଗିରିରେ ୧୦, ଝାରସୁଗୁଡାରେ ୧୦.୪ ତାପମାତ୍ରା ରହିଛି । ବାରିପଦାରେ ୧୧.୨, ହୀରାକୁଦରେ ୧୧.୩, ବାଲେଶ୍ୱରରେ ୧୧.୪ ଡିଗ୍ରୀ, କଟକରେ ୧୧.୬, ଭୁବନେଶ୍ୱରରେ ୧୩ ଓ ପୁରୀରେ ୧୪,୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ କାଲିଠୁ ଧୀରେଧୀରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ । ଦକ୍ଷିଣ ଓଡିଶାର କିଛି ସ୍ଥାନରେ ହାଲକା କୁହୁଡି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.