fbpx

ଆଜି ନିର୍ଭୟା ଦୋଷୀଙ୍କ ଶୁଣାଣି

ନୂଆଦିଲ୍ଲ,୧୪ ।୧: ସୁପ୍ରିମକୋର୍ଟରେ ଆଜି ନିର୍ଭୟା ଦୁଷ୍କର୍ମକାରୀଙ୍କ କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟ ୫ ଜଣିଆ ଖଣ୍ଡପୀଠରେ ଆବେଦନର ଶୁଣାଣି ହେବ । ମୁକେଶ ଓ ବିନୟଙ୍କ କ୍ୟୁରେଟିଭ ପିଟିସନ ଉପରେ ହେବ ଶୁଣାଣି । ଫାଶୀରୁ ବର୍ତ୍ତିବା ପାଇଁ ଆବେଦନ କରିଥିଲେ ଏହି ଦୁଇ ଦୋଷୀ । ପଟିଆଲା ହାଉସ୍ କୋର୍ଟଙ୍କ ମୃତ୍ୟୁ ପରୱାନା ପରେ ଏହି ପିଟିସନ ଦାଖଲ ହୋଇଥିଲା ।

ତେବେ ନିର୍ଭୟା ଗଣଦୁଷ୍ମର୍ମ ମାମଲାର ୪ ଦୋଷୀଙ୍କୁ ୨୨ ଜାନୁଆରୀରେ ଫାଶୀ ଦିଆଯିବ । ତିହାର ଜେଲରେ ସକାଳ ୭ଟାରେ ଫାଶୀରେ ଝୁଲିବେ ଦୋଷୀ ଅକ୍ଷୟ, ପୱନ, ମୁକେଶ ଓ ବିନୟ ।

Get real time updates directly on you device, subscribe now.