fbpx

ମନମୋହନଙ୍କ ରାଜ୍ୟ ସମ୍ମାନ ସହ ପୁରୀରେ ଅନ୍ତିମ ସଂସ୍କାର କରିବାକୁ ଘୋଷଣା କଲେ ରାଜ୍ୟ ସରକାର 

ଭୁବନେଶ୍ୱର, ୧୩।୧(ଓଡିଶା ଭାସ୍କର) : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ପରଲୋକରେ ତାଙ୍କର ଅବଦାନ ପାଇଁ କାଲି ରାଜ୍ୟ ସମ୍ମାନ ସହ ପୁରୀରେ ଅନ୍ତିମ ସଂସ୍କାର କରିବାକୁ ଘୋଷଣା କଲେ ରାଜ୍ୟ ସରକାର ।

ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଆଜି ପରଲୋକ ହୋଇଛି । ୬୯ବର୍ଷ ବୟସରେ ମନମୋହନଙ୍କର ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହିନ୍ଦୀ ଫିଲ୍ମ ବିଟ୍ସ ଆଣ୍ଡ ପିସେସ୍ ର ସେ ନିର୍ଦ୍ଦେଶନା ଦେଇଥିଲେ । ମନମୋହନଙ୍କ ନିର୍ଦ୍ଦେଶିତ ନିରବ ଝଡ଼ ଜାତୀୟ ପୁରଷ୍କାର ପାଇଥିଲା । କ୍ଲାନ୍ତ ଅପରାହ୍ନ, ମଝି ପାହାଚ, ନିଶିଦ୍ଧ ସ୍ୱପ୍ନ ତାଙ୍କର ସୃଷ୍ଟି । ଏହାସହ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଥିଲା ଶୀତ ରାତି । ୧୯୮୨ରେ ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ସ୍ଥାନ ପାଇଥିଲା ।

Get real time updates directly on you device, subscribe now.