fbpx

ଗଞ୍ଜାମ ବସ୍ ପୋଡି ଘଟଣାରେ ୪ ଇଞ୍ଜିନିୟର ନିଲମ୍ବିତ

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ଗଞ୍ଜାମ ବସରେ ବିଦ୍ୟୁତ୍ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ୪ ଇଞ୍ଜିନିୟର । ଦାୟିତ୍ୱରେ ଅବହେଳା ପାଇଁ ୪ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି ସରକାର । ଗଞ୍ଜାମ ଜିଲ୍ଲାର ବିଦ୍ୟୁତ୍ ଡିଭିଜନ ଜେଇ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ସମେତ ସହକାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିିଥିଲା । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସିଲକ ସିଟି ବସ୍ ଜଳିଯାଇଥଲା । ସେଥିରେ ବାହାଘର ନିର୍ବନ୍ଧ ପାଇଁ ୪୩ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.