fbpx

ଶପଥ ନେଲେ ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ

କଟକ, ୭ା୨(ଓଡ଼ିଶା ଭାସ୍କର): ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ । ତାଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡା । ସଞ୍ଜୀବ ପାଣିଗ୍ରାହୀଙ୍କ ଶପଥ ପରେ ଓଡ଼ିଶା ହାଇକୋର୍ଟ ବିଚାରପତି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଶପଥ ଗ୍ରହଣ ସମାରୋହରେ ବିଚାରପତି ଓ ପୂର୍ବତନ ବିଚାରପତି ଉପସ୍ଥିତ ଥିଲେ । କେତେକ ମନ୍ତ୍ରୀ , ଅଧିକାରୀ ଓ ଆଇନଜୀବି ମଧ୍ୟ ଉପସ୍ଥିତି ରହିଥିଲେ । ଫେବୃଆରୀ ୭ରେ ସଞ୍ଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଞ୍ଜୀବ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ ।

Get real time updates directly on you device, subscribe now.