fbpx

କର୍ଣ୍ଣାଲରେ ୪ ଆତଙ୍କବାଦୀ ଗିରଫ: ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବାରୁଦର କଣ୍ଟେନର ଜବତ

Advertisement

କର୍ଣ୍ଣାଲ: ହରିୟାଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ବଡ଼ କାର୍ଯ୍ୟାନୁଷ୍ଠାନ ସହ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି କର୍ଣ୍ଣାଲ ପୋଲିସ । ଏହା ସହ ଧରାପଡ଼ିଥିବା ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ଟିମ୍ । ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ରୀୟ ଏଜେନ୍ସିମାନେ ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରିପାରନ୍ତି ।

ସନ୍ଦିଗ୍ଧ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାତ୍ରାରେ ଗୁଳି ଓ ବନ୍ଧୁକର କଣ୍ଟେନର ମଧ୍ୟ ପୋଲିସ ଜବତ କରିଛି । ପୋଲିସର କହିବା ଅନୁସାରେ, କଣ୍ଟେନରୁ ଜବତ ହୋଇଥିବା ପଦାର୍ଥ ଆରଡିଏକ୍ସ ହୋଇପାରେ ।

ସୂଚନା ଅନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏ ବିଷୟରେ ଗୁପ୍ତ ସୂଚନା ପାଇଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ କରି ପୋଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ବସ୍ତରା ଟୋଲ ପ୍ଲାଜା ନିକଟରେ ଏକ ନାକାବନ୍ଦି କରି ଏକ ଗାଡି ଅଟକାଇଥିଲେ । କାରର ସନ୍ଧାନରେ ମୃତ୍ୟୁର ଏହି ଜିନିଷ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.