fbpx

ସମାପ୍ତ ହେବ ଦେଶଦ୍ରୋହ ଆଇନ ? ଆବେଦନ ଉପରେ ମଙ୍ଗଳବାର ବଡ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ : ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୪-ଏ(ଦେଶଦ୍ରୋହ)ର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିବେ। ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ମାମଲାକୁ ପାଞ୍ଚ କିମ୍ବା ସାତ ଜଣିଆ ବିଚାରପତିଙ୍କ ବୃହତ ପୀଠକୁ ସ୍ଥାନାନ୍ତର କରିବା ପ୍ରସଙ୍ଗରେ ଶୁଣାଣି କରିବେ। ଏହି ସମ୍ବନ୍ଧରେ ଉଚ୍ଚତମ ନ୍ୟାୟାଳୟ ନିଜର ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ଶନିବାର ପର‌୍ୟ୍ୟନ୍ତ ସମୟ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ଗୋଟିଏ ସପ୍ତାହ ସମୟ ଦେବାକୁ ବୁଧବାର ଗୁହାରି କରିଥିଲେ।

ଏହା ପୂର୍ବରୁ ପ୍ରଧାନ ବିଚାରପତି ଏନଭି ରମନ୍ନା, ବିଚାରପତି ସୂର‌୍ୟ୍ୟକାନ୍ତ ଏବଂ ବିଚାରପତି ହିମା କୋହଲିଙ୍କ ସ୍ଵତନ୍ତ୍ର ପୀଠ ଏପ୍ରିଲ ୨୭ରେ ଶୁଣାଣି କରି ସରକାରଙ୍କୁ ଏପ୍ରିଲ ୩୦ ସୁଦ୍ଧା ନିଜର ଜବାବ ରଖିବାକୁ କହିଥିଲେ। ଏଥିସହ ପୀଠ ଏହି ମାମଲାକୁ ସ୍ଥଗିତ ରଖିବା ପାଇଁ ଦାଖଲ କୌଣସି ଆବେଦନ ସ୍ଵୀକାର କରାଯିବ ନାହିଁ ବୋଲି କହିଛନ୍ତି।

ମହୀଶୂର ସ୍ଥିତ ଅବସରପ୍ରାପ୍ତ ମେଜର ଜେନେରାଲ ଏସଜି ବମ୍ବଟକେରେ, ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଏବଂ ଅନ୍ୟ ବ୍ୟକ୍ତିବିଶଷଙ୍କ ପକ୍ଷରୁ ଦେଶଦ୍ରୋହ ଆଇନ ବିରୋଧରେ ଆବେଦନ ଦାଖଲ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଗତ ବର୍ଷ ଜୁଲାଇ ୧୫ରେ ଶୁଣାଣି କରି ଦେଶଦ୍ରୋହ ଆଇନର ପ୍ରାବଧାନର ଦୁରୁପଯୋଗ ଉପରେ ଚିନ୍ତା କରିଥିଲେ। ଅଦାଲତ ପ୍ରଶ୍ନ କରିଥିଲେ ଯେ, ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି କାନୁନର କଣ ଆବଶ୍ୟକତା ରହିଛି ?

ସର୍ବୋଚ୍ଚ ଅଦାଲତ ବିଶେଷ କରି କେଦାର ନାଥ ସିଂହ ମାମଲା(୧୯୯୨)ରେ ସ୍ପଷ୍ଟ କରିଥିଲେ ଯେ, ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୪ ଏ ଆଧାରରେ କେବଳ ସେହି କାମ ଦେଶଦ୍ରୋହ ଅଧୀନରେ ଆସିବ, ଯେଉଁଥିରେ ହିଂସା କିମ୍ବା ହିଂସାକୁ ଉସୁକାଇବା ପରି ସଙ୍ଗୀନ ଅଭିଯୋଗ ହୋଇଥିବ।

Get real time updates directly on you device, subscribe now.