fbpx

ୟୁକ୍ରେନ ସଙ୍କଟ: ଭାରତୀୟଙ୍କୁ ଉଦ୍ଧାର ପାଇଁ ଯିବେ ୪ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଦିନ ଠାରୁ ସେଠାରେ ଫସିଥିବା ଭାରତୀୟ ମାନେ କିପରି ସେଠାରୁ ସୁରକ୍ଷିତ ଫେରିବେ ସେନେଇ ଚିନ୍ତା କରୁଛନ୍ତି । ଏପଟେ ଭାରତ ମଧ୍ୟ ନିଜ ନାଗରିକ ମାନଙ୍କୁ ଉଦ୍ଧାର କରି ଆଣିବାକୁ ଅଭିଯାନ ଚଳାଇଛି । ଏଯାବତ୍ ଅନେକ ଛାତ୍ରଛାତ୍ରୀ ଫେରିସାରିଲେଣି । କିନ୍ତୁ ଆହୁରି ୫ରୁ ୬ ହଜାର ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି । ସେମାନେ ଲଗାତର ଭାବରେ ସରକାରଙ୍କୁ ଗୁହାରୀ କରୁଛନ୍ତି ।

ଏହା ଭିତରେ ଖବର ସାମନାକୁ ଆସିଛି ଯେ, ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଯିବେ ୪ ଜଣ କେନ୍ଦ୍ର ମନ୍ତ୍ରୀ । ଏହି ୪ ମନ୍ତ୍ରୀ ମାନଙ୍କୁ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ୪ ମନ୍ତ୍ରୀ ହେଉଛନ୍ତି ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଜେନେରାଳ୍ ଭିକେ ସିଂହ । ଏମାନେ ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ଗସ୍ତ କରିବେ ।

Get real time updates directly on you device, subscribe now.