ନୂଆଦିଲ୍ଲୀ: ୟୁପିଆଇ ଦେଶରେ ନଗଦବିହୀନ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ସହ ଡିଜିଟାଲ କାରବାରକୁ ସହଜ କରିଛି । ଗତ ଚାରି ବର୍ଷ ମଧ୍ୟରେ ଖୁଚୁରା ଡିଜିଟାଲ୍ ପେମେଣ୍ଟରେ ୟୁପିଆଇର ଅଂଶ ଦୁଇଗୁଣରୁ ଅଧିକ ହୋଇପାରିଛି । କିନ୍ତୁ ବ୍ୟାଙ୍କ, ଏନବିଏଫସି ଏବଂ ଫିଣ୍ଟେକ୍ କମ୍ପାନୀଗୁଡିକର ଫି ଆୟ ପ୍ରାୟ ଏକ ତୃତୀୟାଂଶ ହ୍ରାସ ପାଇଛି । ସେମାନେ ୟୁପିଆଇ କାରବାରରୁ ଆୟ ପାଆନ୍ତି ନାହିଁ । ବାସ୍ତବରେ, ମାଗଣା ଏବଂ ସହଜ ସେବା ହେତୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ର ବ୍ୟବହାର ବର୍ଷକୁ ବର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।
ବ୍ୟକ୍ତିଗତ-ବ୍ୟବସାୟୀ ଦେୟଗୁଡିକରେ ୟୁପିଆଇର ଅଂଶ ୨୦୨୧-୨୨ ର ପ୍ରଥମ ୯ ମାସରେ ୪୨% କୁ ବୃଦ୍ଧି ପାଇଛି, ଯାହା ୨୦୨୦-୨୧ ରେ ୨୮ଧ ରୁ ବୃଦ୍ଧି ପାଇଛି । ଫେବୃଆରୀରେ ମୂଲ୍ୟ ଅନୁଯାୟୀ ଖୁଚୁରା ଡିଜିଟାଲ ଦେୟଗୁଡିକର ପ୍ରାୟ ୮୦% ୟୁିଆଇ ପ୍ଲାଟଫର୍ମ ମାଧ୍ୟମରେ କରାଯାଇଥିଲା । ଆଇଏମପିଏସ୍ ଏବଂ ଏନଇଏଫଟି ପରି ମୋଡ୍ ମାଧ୍ୟମରେ କାରବାର ଏଥିରେ ଅନ୍ତର୍ଭୂକ୍ତ ହୋଇନାହିଁ । ବିଶ୍ଳେଷକଙ୍କ କହିବା ଅନୁଯାୟୀ, ୟୁପିଆଇ କାରବାରରେ ବୃଦ୍ଧି ହେତୁ ବ୍ୟାଙ୍କଗୁଡିକର ଫି ଆୟ ହ୍ରାସ ପାଇଛି ।
ଉଦାହରଣ ସ୍ୱରୂ , ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ, ଆକ୍ସିସ୍ ବ୍ୟାଙ୍କର ଖୁଚୁରା କାର୍ଡ ଫି ମାଧ୍ୟମରେ ମୋଟ ଫି ଆୟ ଚାରି ବର୍ଷ ପୂର୍ବେ ୨.୫% ରୁ ୧.୯% କୁ ହ୍ରାସ ପାଇଛି ।