fbpx
BJD SKY
BJD SKY

(Video) ପ୍ରକୃତିର ଅଜବ ଦୃଶ୍ୟ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ

BJD

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ବହୁତ କିଛି ପରିବର୍ତ୍ତନ ହେବାରେ ଲାଗିଛି । ଅନେକ ସମୟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିପାରିନଥାନ୍ତି । ତେବେ ଯଦି ଆପଣଙ୍କୁ କୁହାଯିବ ଗୋଟିଏ ଗଛରେ ୪୦ ପ୍ରକାରର ଫଳ ଫଳୁଛି ତେବେ ଆପଣ ଏହାକୁ କଦାପି ବିଶ୍ୱାସ କରିବେ ନାହିଁ । ବିଶ୍ୱାସ ନହେଲେ ବି ଏହି ଘଟଣାଟି ସତ ।

ସୂଚନା ମୁତାବକ, ଆମେରିକାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଗୋଟିଏ ଗଛରେ ଫଳଛି ୪୦ ପ୍ରକାରର ଫଳ । ଆଜିକାଲି ବୈଜ୍ଞାନିକମାନେ ନୂଆ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ସମାଜକୁ ଅନେକ ନୂଆ ତଥ୍ୟ ଦେଉଥିବା ବେଳେ ଏହା ମଧ୍ୟରେ ନ୍ୟୁୟର୍କ ସିରାକୁଜ୍ ୟୁନିଭରସିଟିର ସାମ୍ ଭନ ଏକିନ ନାମକ ଜଣେ ପ୍ରଫେସର ୪୦ ପ୍ରକାର ଫଳ ଫଳୁଥିବା ଏକ ଗଛର ଅନୁସନ୍ଧାନ କରିଛନ୍ତି ।

ଗ୍ରାଫ୍ଟିଙ୍ଗ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ପ୍ରଫେସର ସାମ୍ ଗୋଟିଏ ଗଛରେ ଏକାଧିକ ଫଳ ଫଳାଇବାକୁ ସକ୍ଷମ ହୋଇପାରିଛନ୍ତି । ଏହି ଗଛର ନାମ ‘ଟ୍ରି ଅଫ୍ ୪୦’ ରଖାଯାଇଛି । ସେହି ଗଛରେ ଚେରୀ, ଦେଶୀଆଳୁ, କୋଳି, କଦଳୀ ଆଦି ୪୦ ପ୍ରକାରର ଫଳ ଫଳୁଛି । ସାମ୍ ଜଣେ ଚାଷୀ ପରିବାରରୁ ଆସିଥିବାରୁ ଚାଷ କ୍ଷେତ୍ରରେ କିଛି ନୂଆ କରି ଦେଖାଇବା ପାଇଁ ତାଙ୍କର ପିଲାଦିନରୁ ସ୍ୱପ୍ନ ରହିଥିଲା । ସେଥିପାଇଁ ସାମ ଏକ ବଗିଚାକୁ ଲିଜରେ ନେଇ ଗବେଷଣା ଆରମ୍ଭ କରିଦେଇଥିଲେ ଓ ଶେଷରେ ଅଦ୍ଭୁତପୂର୍ବ ସଫଳତା ପାଇଥିଲେ ।

Get real time updates directly on you device, subscribe now.