fbpx

ବଡ଼ ଖୁଲାସା! ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରିଛି ଚୀନ, ଭାରତକୁ ଫସାଇବାକୁ ହୋଇଥିଲା ବଡ଼ ଚକ୍ରାନ୍ତ

ନୂଆଦିଲ୍ଳୀ: ଖଲିସ୍ତାନ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପରେ ଏବେ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ନିଜ୍ଜରଙ୍କୁ ଭାରତ ହତ୍ୟା କରିଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୟାନ ଦେବା ପରେ ଦୁଇଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଭାରତ ମଧ୍ୟ କାନାଡ଼ାକୁ କଡ଼ା ଜବାବ ଦେବା ସହିତ କଠୋର ଆଭିମୁଖ୍ୟ ଆପଣାଇଥିଲା ।

ତେବେ ଏହା ମଧ୍ୟରେ ନିଜ୍ଜର ହତ୍ୟାକୁ ନେଇ ଖୋଲିଛି ଏକ ବଡ଼ ରହସ୍ୟ । ଏହି କହଳ ପଛରେ ଚୀନର ହାତ ରହିଥିବା ନେଇ କୁହାଯାଉଛି । ଚୀନର କମ୍ୟୁନିଷ୍ଟ ପାର୍ଟିର (ସିସିପି)ର ଏଜେଣ୍ଟ ନିଜ୍ଜରଙ୍କୁ ହତ୍ୟା କରି ଭାରତ ଓ ପଶ୍ଚିମୀ ଦେଶ ମଧ୍ୟରେ ବିବାଦ ସୃଷ୍ଟି କରି ଭାରତକୁ ଫସାଇବାକୁ ଚକ୍ରାନ୍ତ କରିଥିଲା ଚୀନ । ଆମେରିକାରେ ରହୁଥିବା ଚୀନର ଜଣେ ମୂଳ ବାସିନ୍ଦା ସାମ୍ବାଦିକ ଜେନିଫର ଜେଙ୍ଗ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏନେଇ ଏକ ବଡ଼ ଖୁଲାସା କରିଛନ୍ତି ।

ଜେଙ୍ଗ ଏନେଇ ଏକ ଭିଡିଓ ଜାରି କରି କହିଛନ୍ତି, କାନାଡ଼ାରେ ଶିଖ ଧାର୍ମିକ ନେତା ହରଦୀପ ସିଂହଙ୍କ ହତ୍ୟାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସିସିପିରୁ ଆସିଛି । ସିସିପି ଏଜେଣ୍ଟଙ୍କ ଦ୍ୱାରା ଖଲିସ୍ତାନ ନେତାଙ୍କ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆସୁଛି । ଗତ ଜୁନ ମାସ ୧୮ ତାରିଖରେ ଭାରତରେ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପଙ୍କୁ ବ୍ରିଟିଶ କଲମ୍ବିଆର ସରେ ଠାରେ ଗୁରୁ ନାମକ ଶିଖ ଗୁରୁଦ୍ୱାର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । କାନାଡ଼ାରେ ରହୁଥିବା ଚୀନର ଲେଖକ ଓ ୟୁଟ୍ୟୁବର ଲାଓ ଡେଙ୍ଗ ଏହି ଖୁଲାସା କରିଛନ୍ତି ।’

Get real time updates directly on you device, subscribe now.