fbpx

NHPC ପକ୍ଷରୁ ବାହାରିଲା ୪୦୧ଟି ପଦବୀ, ଜାନୁଆରୀ ୫ରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଜଳ ବିଦ୍ୟୁତ ନିଗମ (ଏନଏଚପିସି) ପକ୍ଷରୁ ୪୦୧ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଟ୍ରେନି ଇଞ୍ଜିନିୟର ଓ ଟ୍ରେନି ଅଫିସର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୫ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୫ ତାରିଖରେ ସମାପ୍ତ ହେବ । ୨୦୨୩ ମସିହା ଜାନୁଆରୀ ମାସ ୨୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୩୦ ମଧ୍ୟରେ ରହିଥିବା ଆବଶ୍ୟକ । ଟ୍ରେନି ଇଞ୍ଜିନିୟର (ସିଭିଲ)ରେ ୧୩୬ଟି, ଟ୍ରେନି ଇଞ୍ଜିନିୟର (ଇଲେକ୍ଟ୍ରିକାଲ)ରେ ୪୧ଟି, ଟ୍ରେନି ଇଞ୍ଜିନିୟର (ମେକାନିକାଲ)ରେ ୧୦୮ଟି, ଟ୍ରେନି ଅଫିସର (ଫାଇନାନ୍ସ)ରେ ୯୯ଟି, ଟ୍ରେନି ଅଫିସର (ଏଚଆର)ରେ ୧୪ଟି ପଦବୀ ଖାଲି ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: Available on 05.01.2023

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-NHPC-Trainee-Engineer-Trainee-Officer-2023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.nhpcindia.com/Default.aspx?id=128&lg=eng&

Get real time updates directly on you device, subscribe now.