fbpx

କରୋନାକୁ ଦୃଷ୍ଟିରେ ରଖି ଚୀନ୍‌ରୁ ଯାତ୍ରୀଙ୍କ ଆସିବା ଉପରେ କଟକଣା ଲଗାଇବା ଯଥାର୍ଥ – WHO

ନୁଆଦିଲ୍ଲୀ: ଚୀନ୍‌ରେ ବର୍ତ୍ତମାନ କରୋନା ମହାମାରୀ ଭୟଙ୍କର ପସରିସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସମେତ ଅନେକ ଦେଶ ଚୀନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଟକଣା ଲଗାଇଛନ୍ତି । ତେବେ ଏହି ନିଷ୍ପତିକୁ ବିଶ୍ୱ ସ୍ତାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଉଚିତ୍ ବୋଲି କହିଛି । ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍‌, ଚୀନ୍ ଠାରୁ ସୂଚନା ଅଭାବରୁ, କରୋନା ମହାମାରୀର ପ୍ରକୃତ ପରିସ୍ଥିତି ସ୍ପଷ୍ଟ କରିବାକୁ ଚୀନ୍ ସରକାରଙ୍କୁ କହିଛନ୍ତି । ଯାହା ଦ୍ୱାରା ବିପଦର ସଠିକ୍ ଆକଳନ କରାଯାଇପାରିବ ।

ଏହି ସମୟରେ, ଫ୍ରାନ୍ସ, ସ୍ପେନ୍‌, ଦକ୍ଷିଣ କୋରିଆ ଏବଂ ଇସ୍ରାଏଲ୍ ଚୀନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି । ଦେଶରେ ଭିତରେ ସରକାରଙ୍କ ଶୂନ୍ୟ କୋଭିଡ ନୀତିକୁ ବିରୋଧ କରାଯିବାରୁ ସରକାର ଏହି କଟକଣାକୁ ଉଠାଇ ଦେଇଥିଲେ । ଯାହା ପରେ କରୋନା ଏହାର ବିସ୍ତାର କରି ଚାଲିଛି ।

ଜାନୁଆରୀ ୮ ରୁ ଚୀନ୍ ଏହାର ସୀମା ସମ୍ପୂର୍ଣ୍ଣ ଭାବେ ଖୋଲିବ ବୋଲି ଚୀନ୍ କହିଛି । ଚୀନ୍‌, ଆମେରିକା, ଇଟାଲୀ, ଜାପାନ, ଭାରତ, ମାଲେସିଆ ଏବଂ ତାଇୱାନର ଏହି ପଦକ୍ଷେପ ପରେ ଚାଇନାରୁ ଆସୁଥିବା ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ପରୀକ୍ଷା କରିବାକୁ ମଧ୍ୟ ଘୋଷଣା କରାଯାଇଛି । ସ୍ପେନର ସ୍ୱାସ୍ଥ୍ୟମନ୍ତ୍ରୀ କାରୋଲିନା ଡାରିୟସ୍ ମଧ୍ୟ ପ୍ରତିବନ୍ଧକମୂଳକ ପଦକ୍ଷେପ ପାଇଁ ସମର୍ଥନ ଜଣାଇଛନ୍ତି ।

Get real time updates directly on you device, subscribe now.