fbpx

ମହାବିନାଶର ବର୍ଷ ହେବ କି ୨୦୨୩ ମସିହା? ଏନେଇ କଣ କହୁଛି ମାଳିକା

ଆଉ ଗୋଟିଏ ଦିନପରେ ହେବ ନୂଆ ବର୍ଷ । ପୁରୁଣାବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବେ ବିଶ୍ୱବାସୀ । ଏନେଇ ସବୁଠି ଦଖିବାକୁ ମିଳିଛି ଖୁସର ମାହଲ । ବିଗତ ୨ ବର୍ଷ ହେବ ମହାମାରୀ କରୋନା ପାଇଁ ଫିକା ପଡିଥିବା ନୂଆବର୍ଷ ଏଥର କିନ୍ତୁ ଖୁବ୍ ଧୁମଧାମରେ ପାଳନ ହେବ । ତେବେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ମସିହା ସମସ୍ତଙ୍କ ପାଇଁ ଶୁଭ ହେବ ବୋଲି ।ଶା କରାଯାଉଥିବା ବେଳେ ମାଳିକା କିନ୍ତୁ କିଛି ଅଲଗା କହୁଛି ।

ତେବେ ମାଳିକା ଅନୁସାରେ ବା ୨୦୨୩ ମହାବିନାଶର ବର୍ଷ ହେବ । ଘଟିବ ଅନେକ ଅଘଟଣ । ବଢିଯିବ ସୂର୍ଯ୍ୟଙ୍କ ତାପ । ବିଲ ଫାଟି ଆଁ କରିବ । ମରୁଡି ଦେଖାଦେବ । ମହାପୁରୁଷ ମାନେ ଲେଖିଛନ୍ତି ୨୦୨୩ ମସିହାରେ ମହାପ୍ରଳୟକୁ ସାମ୍ନା କରିବ ପୁରା ବିଶ୍ୱ । ଆଉ ଯାହା ଆଜି ପର୍ଯ୍ୟନ୍ତ କେବେ ହୋଇନଥିଲା । ପୃଥିବୀରେ ପ୍ରଳୟ କଣ ଲୋକ ଜାଣିନଥିଲେ । ଯାହା ୧୯୯୯ ମସିହାରୁ ଆରମ୍ଭ ହୋଇସାରିଛି । ଆଉ ଏବେ ୨୦୨୩ରୁ ୨୦୨୯ ପର୍ଯ୍ୟନ୍ତ ଆରମ୍ଭ ହେବ ମହାବିନାଶ । ୨୦୨୩ରେ ସମଗ୍ର ବିଶ୍ୱରେ ହେବ ତାଣ୍ଡବ । ଆଉ ଯାହା ଭୟଙ୍କର ହେବ । ମଣିଷ ପ୍ରକୃତିକୁ ଅସହ୍ୟ କଷ୍ଟ ଓ ଯନ୍ତ୍ରଣା ଦେଇଛି । ଯାହାକୁ ପ୍ରକୃତି ଆଉ ସହିପାରୁନାହିଁ, ଫଳରେ ସେ ଏଥର ତାର ଉଗ୍ରରୂପ ଧାରଣ କରୁଛି ।

ସେହିପରି ପୃଥିବୀ ମଧ୍ୟ ସହିବାର ସବୁ ସୀମା ଟପି ସାରିଛି । ଯେଉଁକାରଣରୁ ବର୍ତ୍ତମାନ ପୃଥୀବି ଏବଂ ପକୃତି ସେମାନଙ୍କ ତାଣ୍ଡବ ଳୀଳା ଆରମ୍ଭ କରିବେ । ଫଳରେ ତାପମାତ୍ରା ଏତେ ଭୟଙ୍କର ଭାବରେ ବଢିଯିବ ଯେ ଲୋକମାନେ ଛାଟିପଟି ହୋଇ ମରିବେ । ୨୦୨୩ ମସିହାରେ ତାପମାତ୍ରା ବୃଦ୍ଧି ପାଇବ । ଯାହା ଆଗରୁ କେବେ ହୋଇନଥିଲା । ସେପଟେ ପୃଥିବୀରେ ଥିବା ବରଫ ପାହାଡ ମାନ ଉତ୍ତାପ ସହିନପାରି ତରଳିବାକୁ ଲାଗିବେ,ନଦୀ ନାଳ ସୁଖିଯିବ, ବାୟୁମଣ୍ଡଳରେ ବିଶାକ୍ତ ଗ୍ୟାସ ବଢିଯିବ । ଫଳରେ ଲୋକେ ପାନୀୟ ଜଳ ପାଇଁ ଛଟପଟ ହେବେ । ପାଣି ପାଇଁ ମଣିଷ ଭିତରେ ଝଗଡା ଆରମ୍ଭ ହେବ । ସେପଟେ ଦେଖିବାକୁ ମିଳିବ ପୃଥିବୀର ଅନେକ ସ୍ଥାନରେ ମାଟିଅତଡା ଖସିବ । ଅନେକ ରାସ୍ତା କ୍ଷତିହଗ୍ରସ୍ତ ହେବ । ଲୋକା ଯାତାୟତ କରିବାପାଇଁ ହଇରାଣ ହେବେ ।

ସେପଟେ ମାଳିକା ଏହା ମଧ୍ୟ କହିଛି ଯେ ୨୦୨୩ ମସିହାରେ ଋତୁ ଚକ୍ର ବଦଳିବ । ଫଳରେ ବର୍ଷା ଦିନେ ଖରା ହେବ ଶୀତ ଦିନେ ବର୍ଷା ହେବ ଏବଂ ବସନ୍ତ ଋତୁରେ ଏ ମଣିଷ ସମାଜ ଭୟଙ୍କର ବାତ୍ୟାର ସାମ୍ନା କରିବ । କୃଷକ ମାନେ ସମୟ ଜାଣିପାରିବେ ନାହିଁ । ଯାହାଫଳରେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଲୋକେ ଖାଇବାକୁ ପାଇବେ ନାହିଁ । ଏଥିସହିତ ଖାଇବା ଦର ମଧ୍ୟ ଆକାଶ ଛୁଆଁ ହେବ । ଏତତ୍ ବ୍ୟତୀତ ବହୁତ ଦେଶ ଖାଦ୍ୟ ଜିନିଷ କିଣି କାଙ୍ଗାଳ ହୋଇଯିବେ । ଖରା ଦିନରେ ବହୁ ଦେଶରେ ମରୁଡି ସ୍ଥିତି ଦେଖାଯିବ । ୨୦୨୩ରେ ପ୍ରାକୃତିକ ବିପର୍ଯ୍ୟୟ କୁ ନେଇ ସରକାର ଏବଂ ଚାଷୀ ମୁହାଁମୁହିଁ ହେବେ । ଯାହାକି ବର୍ତ୍ତମାନ ଠାରୁ ଆରମ୍ଭ ହୋଇଗଲାଣି । ମାଳିକା ଅନୁସାରେ ଯେଉଁଦିନ ଚାଷିମାନେ କାର୍ଯ୍ୟ ବନ୍ଦ କରିଦେବେ ସେଦିନ ଠାରୁ ଆରମ୍ଭ ହେବ ମହାପ୍ରଳୟ । ସେହି ଦିନଠାରୁ ଦେଖିବେ ମହାବିନାଶର ଅସଲ ରୂପ ।

କୃଷକ ଚାଷ କରି ତାର ମୂଳ ଧନ ପାଉନଥିବାରୁ ଅନେକ କୃଷକ ଏବେ ଚାଷ କରିବାକୁ ଇଛା ପ୍ରକାଶ କରୁନାହାନ୍ତି । ସେହିପରି ୨୦୨୩ ମସିହାରେ ଅନେକ ସ୍ଥାନରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ । ପୃଥିବୀରେ ବଢୁଥିବା ଋତୁ ଚକ୍ର ବଦଳିବା ସହ କେତେବେଳେ କେଉଁଠାରେ କଣ ଅଘଟଣ ଘଟିବ ତାହା କହିବା ଅସମ୍ଭବ । ୨୦୨୩ରେ ଅନେକ ନଦୀ ତାର ଗତିପଥ ବଦଳାଇ ଦେବେ । ଜଙ୍ଗଲୀ ଯନ୍ତୁ ଗାଁ ଏବଂ ସହରକୁ ପ୍ରବେଶ କରିବେ । ଫଳରେ ବହୁ ଲୋକଙ୍କର ମୃତ୍ୟୁ ଘଟିବ । ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଅନେକ ସ୍ଥାନ ବୁଡିଯିବ । ସମୁଦ୍ର କୂଳିଆ ଗାଁମାନ ମାଟିବେ ବିସିଯିବ । ଏହି ସବୁ ଘଟଣା ମାନ ଧିରେ ଧିରେ ଘଟୁଛି । ଯାହା ୨୦୨୩ ମସିହାରେ ଅଘିକ ଦେଖିବାକୁ ମିଳିବ । ଏଥିସହିତ ସେହି ବର୍ଷ ବିଶ୍ୱରେ ସବୁଠାରୁ ବଡ ଭୂମିକମ୍ପ ହୋଇପାରେ । ଜାନୁଆରୀ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସମୁଦ୍ର ଭିତରେ ଭୂମିକମ୍ପ ହେବ । ଫଳ୍େର ମମଗ୍ର ପୃଥିବୀରେ ପ୍ରଳୟ ଆସିବ ।

Get real time updates directly on you device, subscribe now.