fbpx
BJD SKY
BJD SKY

ଋଷଭଙ୍କ ଉପରେ ଲାଗିପାରେ ଓଭର ସ୍ପିଡିଂ କେସ! ଦୁର୍ଘଟଣାର ବଡ଼ ଅପଡେଟ ଦେଲେ ଡିଜିପି

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିପେଟ ଟିମର ଷ୍ଟାର ପ୍ଲେୟର ଋଷଭ ପନ୍ତ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ସେ ଅଳ୍ପକେ ବର୍ତ୍ତିଥିଲେ ମଧ୍ୟ ତାଙ୍କର ପିଠି, ମୁଣ୍ଡ ଓ ଗୋଡ଼ରେ ଗଭୀର ଭାବେ ଆଘାତ ଲାଗିଥିବା ସୂଚନା ମିଳିଛି । ପନ୍ତ ଏକୁଟିଆ ଗାଡ଼ି ଚଳାଇ ଦିଲ୍ଲୀରୁ ନିଜ ଘର ଋଡ଼କୀ ଆସୁଥିବା ସମୟରେ କାରଟି ଡିଭାଇଡରରେ ପିଟି ହୋଇ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଛି । ଦୁର୍ଘଟଣାବେଳେ କାରଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଫ୍ୟାନ୍ସମାନେ ଋଷଭଙ୍କ ସ୍ୱାସ୍ଥର ଚିନ୍ତା କରୁଛନ୍ତି । ଏନେଇ ଫ୍ୟାନ୍ସମାନେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରୁଛନ୍ତି । ଫ୍ୟାାନ୍ସମାନେ ଜାଣିବାକୁ ଚାହୁଁଛନ୍ତି ଋଷଭ ପନ୍ତଙ୍କ ନାମରେ ଓଭର ସ୍ପିଡିଂର କେସ ଲାଗିବ କି ନାହିଁ! ସେହିପରି ଋଷଭ ପନ୍ତଙ୍କୁ ଏୟାରଲିଫ୍ଟ କରି ଉପଚାର ପାଇଁ ଦିଲ୍ଲୀ ନିଆଯିବ କି? ଦୁର୍ଘଟଣା ଘଟିଥିବା ସ୍ଥାନରେ ଫରେନ୍ସିକ ଟିମ୍ ପହଞ୍ଚି କଣ ଅପଡେଟ ଦେଇଛି । ଏପରି ଅନେକ ପ୍ରକାର ପ୍ରଶ୍ନ ଫ୍ୟାନ୍ସମାନେ ପଚାରିବାରେ ଲାଗିଛନ୍ତି ।

ତେବେ ଡିଜିପି ଫ୍ୟାନ୍ସମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଋଷଭଙ୍କୁ ଏୟାରଲିଫ୍ଟ କରାଯିବ ନାହିଁ । ସେହିପରି ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ତେବେ ଅନ୍ୟ ପୋଲିସ ଅଧିକାରଙ୍କ ସୂଚନା ଅନୁସାରେ ଋଷଭ ଡ୍ରାଇଭ କରୁଥିବା ସମୟରେ ତାଙ୍କୁ ସାମାନ୍ୟ ନିଦ ଆସିଥିଲା ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.