fbpx

ଏକଲବ୍ୟ ମଡେଲ ସ୍କୁଲରେ ଖାଲିପଡିଛି ୪୦୬୨ ପଦବୀ, ବଢିଲା ଆବେଦନ ତାରିଖ

ଭୁବନେଶ୍ୱର : ଏକଲବ୍ୟ ମଡେଲ ସ୍କୁଲରେ ଖାଲି ପଡିଥିବା ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ୪୦୬୨ଟି ପଦବୀ ପାଇଁ ଆବେଦନ ତାରିଖ ଜୁଲାଇ ୩୧ ପର୍ଯ୍ୟନ୍ତ ରହିଥିଲା, କିନ୍ତୁ ବର୍ତ୍ତମାନ ଆବେଦନ ତାରିଖ ବଢିବ ଅଗଷ୍ଟ ୧୮, ୨୦୨୩ ପର୍ଯ୍ୟନ୍ତ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ଯଦି ଆବେଦନ କରି ପାରି ନାହାନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ । ମିନିଷ୍ଟ୍ର ଅଫ ଟ୍ରଅଇବଲ ଆଫେୟର୍ସ ପକ୍ଷରୁ ଆବେଦନ କରିବାର ତାରିଖକୁ ବୃଦ୍ଧି କରାଯାଇଛି ।

ପଦବୀ ବିବରଣୀ : ୪୦୬୨

ପ୍ରିନ୍ସିପାଲ : ୩୦୩

ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ : ୨୨୬୬

ଆକାଉଣ୍ଟାଣ୍ଟ : ୩୬୧

ଜିଏସଏ : ୭୫୯

ଲ୍ୟାବ ଆସିଷ୍ଟାଣ୍ଡ : ୩୭୩

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଠାରୁ ବୟସ ସୀମା ସବୁକିଛି ଭିନ୍ନ ଭିନ୍ନ ରହିଛି । ଏହା ବିଷୟରେ ଅଧିକ ଜାଣିବା ପାଇଁ ନୋଟିଫିକେସନ ଭଲ ଭାବେ ପଢନ୍ତୁ ।

କିପରି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍ emrs.tribal.gov.in କୁ ଯାଆନ୍ତୁ ।
ହୋମ ପେଜରେ ରିକ୍ରୁଟମେଣ୍ଟ ଟାବ୍‌ରେ କ୍ଲିକ୍ କରନ୍ତୁ ।
ଏହା ପରେ ପେଜରେ Principal/PGT/Non-Teaching Staff କିମ୍ବା ଯେଉଁଥିରେ ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ତା’ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ରେଜିଷ୍ଟ୍ରର କରନ୍ତୁ ଏବଂ ଆବେଦନ ଫର୍ମ ଭରନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଜମା କରନ୍ତୁ । ଫର୍ମ ସବମିଟ୍ କରି ପ୍ରିଣ୍ଟ ଆଉଟ କାଢନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://emrs.tribal.gov.in/site/Information-Bulletin.pdf

Get real time updates directly on you device, subscribe now.