fbpx

ୟୁନିଟ-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ୱାର୍ଟର, ୟୁନିଟ-୬ରେ ୫୦ କ୍ୱାର୍ଟର

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ୟୁନିଟ-୨ରେ ୪୧୦ଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ । ଏହି ସବୁ କ୍ୱାର୍ଟରକୁ ଭାଙ୍ଗି ପିପିପି ମୋଡରେ ପୁନଃନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ରହିଛି । ସେହିପରି ୟୁନିଟ-୬ରେ ଥିବା ୫୦ଟି କ୍ୱାର୍ଟର ଭଙ୍ଗାଯାଇ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଆଣ୍ଡ ରିସର୍ଚ୍ଚ ଆଟ୍‌ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ମାଣ କରାଯିବ ।

ୟୁନିଟ-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ୱାର୍ଟର ଏମଏଲଏ କଲୋନିରେ ବହୁତଳ ଆବାସିକ କୋଠା ନିର୍ମାଣ କରାଯିବ । ୟୁନିଟ-୩ରେ ଭୁବନେଶ୍ୱର ମହାନଗର ନିଗମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୨ଟି କ୍ୱାର୍ଟର ଓ ୟୁନିଟ- ୮ ଅନ୍ତର୍ଗତ ୩୬ଟି କ୍ୱାର୍ଟର ନିରାପଦ ନ ଥିବା ଯୋଗୁ ଭଙ୍ଗାଯାଇଛି । ଏହା ବାଦ ୟୁନିଟ-୨ରେ ୧୨୪ଟି ଘର ଖାଲି ପଡ଼ିଛି ଯାହାର ପୁନଃନିର୍ମାଣ ଯୋଜନା ନିମନ୍ତେ ପ୍ରସ୍ତାବ ଥିବାରୁ ଆବଣ୍ଟନ ହୋଇନାହିଁ ।

Get real time updates directly on you device, subscribe now.