fbpx

୪୧ ବର୍ଷରେ ଚମକୁଛନ୍ତି ସନ୍ନି, ଆଜି ବି ଗର୍ଜନ କରୁଛି ଯୌବନର ଲହରୀ

ନୂଆଦିଲ୍ଲୀ: ଆଜି ହେଉଛି ହଟ୍ କୁଇନ୍ ସନ୍ନି ଲିଓନିଙ୍କଙ୍କର ଜନ୍ମଦିବସ । ୪୧ଟି ବସନ୍ତ ଅତିକ୍ରାନ୍ତ କରିଥିଲେ ମଧ୍ୟ ଆଜି ବି ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ସେ ସ୍ୱପ୍ନ ହୋଇ ରହିଛନ୍ତି । ନା କିମିଛି ତାଙ୍କର ଚାହିଦା ନା କମିଛି ତାଙ୍କର ଯୌବନର ମତୁଆଲା । ସନ୍ନି କାନାଡ଼ାରେ ବାଲ୍ୟ ଜୀବନ ବିତାଇଥିବା ବେଳେ ତାଙ୍କ ପାଖରେ କାନାଡ଼ା ଓ ଆମେରିକାର ନାଗରିକତ୍ୱ ରହିଛି । ଏକ ଶିଖ୍ ପରିବାରରେ ଜନ୍ମଗ୍ରହଣ କରିଥିବା ସନ୍ନିଙ୍କର ଅସଲ ନାମ ହେଉଛି କରଣଜୀତ କୌର ଭୋରା ।

ସନ୍ନିଙ୍କ ବ୍ୟକ୍ତିଗତ ଜୀବନରେ କେବଳ ସୁଖ ନୁହେଁ ଅନେକ ଦୁଃଖ ମଧ୍ୟ ରହିଛି । ତେବେ ବିଭିନ୍ନ ସମୟରେ ସନ୍ନିଙ୍କ ପତି ଡେନିୟଲ ବେବର ତାଙ୍କୁ ବହୁତ ସହଯୋଗ କରିଆସିଛନ୍ତି । ସନ୍ନି ଜଣେ ଅଭିନେତ୍ରୀ ହୋଇଥିଲେ ହେଁ ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ । ଏକଦା ସନ୍ନି ଲସ୍ ବେଗାସ ଯାଇଥିବା ସମୟରେ ଏକ ସୁଟିଂ ସମୟରେ ଡେନିୟଲଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲେ । ତେବେ ସନ୍ନି ଲେସବିଆନ ବୋଲି ପ୍ରଥମ ଦେଖାରେ ହିଁ ବେବର ଜାଣି ପାରିଥିଲେ ।

ଯେହେତୁ ସନ୍ନି ଓ ତାଙ୍କ ସାଙ୍ଗ ଦୁହେଁ ହାତ ଧରାଧରି ହୋଇ ଯାଇଥିଲେ, ତେଣୁ ଡେନିୟଲ ସେମାନଙ୍କୁ ଲେସବିଆନ ବୋଲି ଭାବିଥିଲେ । ତେବେ ପରବର୍ତ୍ତୀ ସମୟରେ ଭାଲେଣ୍ଟାଇନ ଡେ’ର ଖାସ୍ ଅବସରରେ ଦୁହିଁଙ୍କର ଲଭଷ୍ଟୋରୀ ଆଗକୁ ବଢ଼ିଥିଲା । ଜଣେ ପର୍ଣ୍ଣ ଷ୍ଟାର ଭାବେ ସନ୍ନି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ କାନାଡ଼ାରେ ଜଣେ ଭାରତୀୟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୮୧ ମସିହା ମେ ମାସ ୧୩ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ୨୦୧୧ରେ ସେ ଭାରତୀୟ ରିୟଲିଟି ଶୋ’ ବିଗ ବସ ୫ରେ ଅଂଶଗ୍ରହଣ କରିଥିଲେ । ୨୦୧୨ରେ ଜିସ୍ମ ୨ ମାଧ୍ୟମରେ ସନ୍ନି ବଲିଉଡରେ ଏଣ୍ଟ୍ରି ମାରିଥିଲେ । ପରେ ରାଗିଣୀ ଏମଏମଏସ ୨, ଶୁଟଆଉଟ ଆଟ ୱାଦଲା, ଜ୍ୟାକପଟରେ ଅଭିନୟ କରିଥିଲେ ।

Get real time updates directly on you device, subscribe now.