fbpx

ଜ୍ଞାନବାପି ମାମଲା: ବଦଳିବେନି ସର୍ଭେ କମିଶନ, ଆଉ ୨ସ୍ୱତନ୍ତ୍ର ସହକାରୀ କମିଶନରଙ୍କୁ ନିଯୁକ୍ତ କଲେ କୋର୍ଟ

ମେ ୧୭ରେ ସର୍ଭେ ରିପୋର୍ଟ ଉପସ୍ଥାପନ

ବାରାଣସୀ :  ଗୁରୁବାର ଦିନ ଜ୍ଞାନବାପି କ୍ୟାମ୍ପସର ସର୍ଭେ ମାମଲାରେ ସିଭିଲ୍‌ ଜଜ୍‌ (ସିନିୟର ଡିଭିଜନ) ରବି କୁମାର ଦିବାକରଙ୍କ କୋର୍ଟ ରାୟ ଦେଇଛନ୍ତି । ସର୍ଭେ କମିଶନର ଆଡ଼ଭୋକେଟ ଅଜୟ ମିଶ୍ରଙ୍କୁ ହଟାଯିବ ନାହିଁ ବୋଲି କୋର୍ଟ କହିଛନ୍ତି । କୋର୍ଟ ଆଉ ଦୁଇଜଣ ସ୍ୱତନ୍ତ୍ର ଏବଂ ସହକାରୀ କମିଶନରଙ୍କୁ ନିଯୁକ୍ତ କରିଛନ୍ତି । ମଇ ୧୭ ପୂର୍ବରୁ ଏହି ସର୍ଭେ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମଇ ୧୭ ପୂର୍ବରୁ ଏହି କାର୍ଯ୍ୟକୁ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି । ଆୟୋଗର କାର୍ଯ୍ୟରେ ବାଧା ସୃଷ୍ଟି ହେବା ଉଚିତ୍‌ ନୁହେଁ । ମେ ୧୭ରେ ସର୍ଭେ ରିପୋର୍ଟ ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ସର୍ଭେ ପ୍ରକ୍ରିୟା କରାଯିବ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ । ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋର୍ଟ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର କୋର୍ଟ କମିଶନର ହେଉଛନ୍ତି ବିଶାଲ କୁମାର ସିଂ ଏବଂ ସହକାରୀ କୋର୍ଟ କମିଶନର ଅଜୟ ସିଂ । ଆଡ଼ଭୋକେଟ୍‌ କମିଶନରଙ୍କୁ ପରିବର୍ତନ କରିବାକୁ ଇନ୍ତଜାମିଆ କମିଟିର ଦାବିକୁ କୋର୍ଟ ମଧ୍ୟ ପ୍ରତ୍ୟଖ୍ୟାନ କରିଛନ୍ତି । ଅଜୟ କୁମାର ମିଶ୍ର ଆଡ଼ଭୋକେଟ କମିଶନର ଭାବରେ କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ କରାଯାଇଛି । ତାଙ୍କୁ ମଇ ୧୭ ସୁଦ୍ଧା କୋର୍ଟରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ରିପୋର୍ଟ ଦାଖଲ କରିବାକୁ ପଡ଼ିବ ।

Get real time updates directly on you device, subscribe now.