fbpx

ଗୋଟିଏ ଓଭରରେ ୪୩ ରନ୍… ବିରାଟ-ରୋହିତଙ୍କ ଶତ୍ରୁ ନାଁରେ ଲଜ୍ଜାଜନକ ରେକର୍ଡ

Advertisement

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ସୃଷ୍ଟି ହୋଇଛି ଏକ ବିଶାଳ ରେକର୍ଡ । ଗୋଟିଏ ଓଭରରୁ ସର୍ବାଧିକ ରନ୍ ହାସଲ କରିବା ତାଲିକାରେ ଏବେ ଆଉ ଏକ ନାମ ସାମିଲ ହୋଇଛି । ଟିମ ଇଣ୍ଡିଆର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ୩ ଥର ଲେଖାଏଁ ଆଉଟ୍ କରିଥିବା ବୋଲରଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ ଲେଖାଯାଇଛି । ମାତ୍ର ଗୋଟିଏ ଓଭରରେ ୪୩ ରନ୍ ବ୍ୟୟ କରି ବିରଳ ରେକର୍ଡରେ ନିଜ ନାମ ଲେଖାଇଛନ୍ତି ଓଲି ରବିନସନ୍ । ବିପକ୍ଷ ଦଳର ୮ ନମ୍ବର ବ୍ୟାଟର ରବିନସନଙ୍କ ଏହି ଓଭରରୁ ୪୩ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି । କାଉଣ୍ଟି କ୍ରିକେଟରେ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି ରବିନସନ୍ ।

ସସେକ୍ସ ଏବଂ ଲିଷ୍ଟରସର କାଉଣ୍ଟି କ୍ରିକେଟ ମ୍ୟାଚରେ ଓଲି ରବିନସନଙ୍କ ନାମରେ ଏହି ରେକର୍ଡ ରହିଛି । ସସେକ୍ସ କାଉଣ୍ଟି ଡିଭିଜନ୨ର ଏହି ମ୍ୟାଚରେ ଲିଷ୍ଟରସରକୁ ୧୮ ରନରେ ମାତ୍ ଦେଇଛି । ସସେକ୍ସ ପ୍ରଥମେ ବ୍ୟାଟିଙ୍ଗ କରି ୪୬୪ ରନର ଲକ୍ଷ୍ୟ ଦେଇଥିଲା । ଲିଷ୍ଟରସର ଏହାର ଜବାବରେ ୧୪୪ ରନ୍ କରି ୬ଟିବ ୱିକେଟ ହରାଇଥିଲା । ସସେକ୍ସର ବିଜୟ ସହଜ ଲାଗୁଥିବା ବେଳେ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟର ଦମଦାର ବ୍ୟାଟିଂ କରିଛନ୍ତି । ମାତ୍ର ୧୨୭ ବଲରୁ ୨୪୩ ରନ ସଂଗ୍ରହ କରି ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ଲିଷ୍ଟରସର । ତେବେ ଲୁଇସ କିମ୍ବରଙ୍କ ଏହି ବିସ୍ଫୋରକ ବ୍ୟାଟିଂ ଶିକାର ପାଲଟିଥିଲେ ଓଲି ରବିନସନ୍ । ଗୋଟିଏ ଓଭରରୁ ୪୩ ରନ ସଂଗ୍ରହ କରିଛନ୍ତି ଲୁଇସ କିମ୍ବର । ବିସ୍ଫୋରକ ବ୍ୟାଟିଂ କରି ରବିନସନଙ୍କ ପତ୍ୟେକ ବଲକୁ ବଡ଼ ଶଟ୍ ଖେଳିବା ଉଦ୍ୟମରେ ସେ ରହିଥିଲେ ।

ରବିନସନଙ୍କ 13th ଓଭର:  6, 6nb (4×1, 2-nb), 4, 6, 4, 6nb (4×1, 2-nb), 4, 6nb (4×1, 2-nb), 1.

ଓଲି ରବିନସନ୍ ଇଂଲଣ୍ଡର ଷ୍ଟାର ପେସର୍ସରେ ସାମିଲ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରବିନସନ୍ ୨୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ଭାରତ ବିକ୍ଷରେ ୫ଟି ମ୍ୟାଚ ଖେଳିଛନ୍ତି । ତେବେ ଏହି ମ୍ୟାଚରେ ସେ ଋଷଭ ପନ୍ତଙ୍କୁ ସର୍ବାଧିକ ୪ ଥର ଆଉଟ କରିଛନ୍ତି । ଏହାବ୍ୟତୀତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମଧ୍ୟ ୩ ଥର ଲେଖାଏଁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ଓଲି ରବିନସନ୍ ।

Get real time updates directly on you device, subscribe now.