fbpx

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଳାରୁ କେତେ

ଭୁବନେଶ୍ୱର, ୨୬ା୯(ଓଡ଼ିଶା ଭାସ୍କର): ରାଜ୍ୟର ୩୦ ଜିଲ୍ଲାରୁ ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧୮୨୭ ସ୍ଥାନୀୟ ଅଞ୍ଚଳରୁ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୯୦୨, କଟକରୁ ୪୦୯, ଯାଜପୁରରୁ ୧୩୬, ପୁରୀରୁ ୧୬୮, ଅନୁଗୁଳରୁ ୧୯୭, ଜଗତସିଂହପୁରରୁ ୧୭୧, ନୂଆପଡ଼ାରୁ ୧୭୩, ମୟୁରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୫୮, ସମ୍ବଲପୁରରୁ ୮୧, ବାଲେଶ୍ୱରରୁ ୧୯୪, କଳାହାଣ୍ଡିରୁ ୭୧, ବରଗଡ଼ରୁ ୧୦୬, କେନ୍ଦ୍ରାପଡ଼ାରୁ ୧୧୯, କନ୍ଧମାଳରୁ ୯୧, କେନ୍ଦୁଝରରୁ ୫୫, ଝାରସୁଗୁଡ଼ାରୁ ୧୨୦, ସୁନ୍ଦରଗଡ଼ରୁ ୧୦୧, ବଲାଙ୍ଗୀରରୁ ୭୬, କୋରାପୁଟରୁ ୮୨, ଢ଼େଙ୍କାନାଳରୁ ୮୪, ଗଞ୍ଜାମରୁ ୬୨, ମାଲକାନଗିରିରୁ ୨୮, ରାୟଗଡ଼ାରୁ ୧୨୧, ନୟାଗଡ଼ରୁ ୫୧, ଭଦ୍ରକରୁ ୧୨୪, ବୌଦ୍ଧରୁ ୪୯, ସୋନପୁରରୁ ୧୪, ଦେଓଗଡ଼ରୁ ୧୪, ଗଜପତିରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.