fbpx

ଦେଶରେ ୪୪୬ ଜଣଙ୍କ ମୃତ୍ୟୁ, ୯୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୬ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୪୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୫୪୭କୁ ବୃଦ୍ଧି ପାଇଛି । ଦିନକରେ ୯୬ ହଜାର ୯୮୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୮ ହଜାର ୨୨୩ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ରେ ପହଞ୍ଚିଛି । ୮ କୋଟି ୩୧ ଲକ୍ଷ ୧୦ ହଜାର ୯୨୬ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.