fbpx

୪୪ତମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ; ଜାଣନ୍ତୁ କେଉଁଠି କେଉଁଠି ଅଟକିଥିଲେ?

ଭୁୁବନେଶ୍ୱର,୯ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୪୪କୁ ବୃଦ୍ଧିପାଇଛି । ଏହାରି ମଧ୍ୟରେ ୪୪ତମ କରୋନା ରୋଗୀ ଆକାନ୍ତଙ୍କ ଗସ୍ତ ବିବରଣୀ ଲୋକଲୋଚନକୁ ଆସିସାରିଛି । ୭୦ ବର୍ଷୀୟ ବୃଦ୍ଧଙ୍କ ଗସ୍ତ ବିବରଣୀ ସରକାର ଦେଇଛନ୍ତି । ତେବେ ବୃଦ୍ଧ ଜଣକ ୭ ଏପ୍ରିଲରେ ମେଦିନପୁରରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ ଅଭିମୁଖେ ଯାଇଥିଲେ । ସେହିଦିନ ରାତିରେ ସେ ଏକ ଚା’ ଦୋକାନରେ ଅଟକିଥିଲେ ।
୮ ଏପ୍ରିଲ ସକାଳ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇ ଆଇସୋଲେସନରେ ରହିବା ସହ ୯ ଏପ୍ରିଲରେ ତାଙ୍କର ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏନେଇ ତାଙ୍କୁ କିମ୍ସ କୋଭିଡ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.