fbpx

ଏଣିକି ମାସ୍କ ନଥିଲେ ମିଳିବନି ପେଟ୍ରୋଲ

Advertisement

ଭୁୁବନେଶ୍ୱର,୯ ।୪(ଓଡିଶା ଭାସ୍କର): କରୋନା ଯୋଗୁଁ ରାଜ୍ୟରେ ଲକ୍-ଡାଉନ୍ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ମାସ୍କ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ମାସ୍କ ପିନ୍ଧିବା ମାଧ୍ୟତାମୂଳକ ହୋଇଥିବା ବେଳେ ଏଣିକି ଏହାର ପ୍ରଭାବ ପେଟ୍ରୋଲ ପମ୍ପରେ ବି ପଡିବାକୁ ଯାଉଛି । ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ । ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଏହା ଲାଗୁ କରାଯିବ ।

ତେବେ କରୋନାରୁ ସୁରକ୍ଷା ପାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏନେଇ ଉକ୍ରଳ ପେଟ୍ରୋଲ ପମ୍ପ ଡିଲର ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.