fbpx
BSKY
BJD YOUTH SKY
BJD MS SKY

ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର: ୪୫ ଦିନର ଶିଶୁ ଶରୀରରେ ୫୧ ଥର ଗରମ ଚେଙ୍କ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶାହଡୋଲରୁ ଏକ ହୃଦୟ ଥରାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ଏକ ୪୫ ଦିନର ଶିଶୁକୁ ୫୧ ଥର ତତଲା ଲୁହା ରଡ୍‌ରେ ଚେଙ୍କ ଦିଆଯାଇଛି । ଏବେ ଶିଶୁର ଅବସ୍ଥା ଗମ୍ଭୀର ଥିବା ବେଳେ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଶାହଡୋଲ ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାରେ ଆଜି ବି ଲୋକମାନେ ଝଡାଫୁଙ୍କା ଓ ଗରମ ଚେଙ୍କ ଦେବା ଆଦି କୁପ୍ରଥା ଉପରେ ବିଶ୍ୱାସ ରଖୁଛନ୍ତି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚିକିତ୍ସା ନାମରେ ଛୋଟ ଛୋଟ ଛୁଆଙ୍କୁ ଗରମ ଚେଙ୍କ ଦେବା ପ୍ରଥା ଆଜିବି ଏଠାରେ ବହୁମାତ୍ରାରେ ଚାଲୁଛି । ଏହି ଘଟଣାରେ ଏଠାରେ ୧୦ରୁ ଅଧିକ ଶିଶୁ ମୃତ୍ୟୁମୁଖରେ ବି ପଡି ସାରିଲେଣି ।

ପୁଣି ଏହିପରି ଏକ ମାମଲା ଜିଲ୍ଲାର ଜନପଦ ପଞ୍ଚାୟତ ସୋହଗପୁର ଅଞ୍ଚଳରୁ ଆସିଛି । ଏଠାରେ ନିମୋନିଆ ଓ ଶ୍ୱାସକ୍ରିୟାରେ ସମସ୍ୟା ହେବା କାରଣରୁ ଏକ ଦେଢମାସର ଶିଶୁର ପେଟ, ପିଠି, ମୁହଁ ଓ ହାତ ଗୋଡରେ ୫୧ ଥର ଗରମ ଚେଙ୍କ ଦିଆଯାଇଛି । ଏହି କାରଣରୁ ଶିଶୁଟିର ଅବସ୍ଥା ଏବେ ଗୁରୁତର ରହିଛି ।
ଏହି ମାମଲାରେ ଶିଶୁର ପିତା କହିଛନ୍ତି, ପୁଅର ଦେହ ଖରାପ ହେବାରୁ ଘରର ବୟସ୍କ ବ୍ୟକ୍ତି ତାକୁ ଲୁହା ରଡ୍‌ରେ ଗରମ ଚେଙ୍କ ଦେଇଛନ୍ତି । ଏପରି କରିବା ଦ୍ୱାରା ତା’ର ଦେହ ଅଧିକ ଖରାପ ହୋଇଯିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.