fbpx

News across the Earth, news close to your heart, Read Odisha Bhaskar English

(Video) ଦିନ ଦ୍ୱିପ୍ରହରେ ଯୁବତୀଙ୍କର ଅପହରଣ, ସାମ୍ନାକୁ ଆସିଲା CCTV ଫୁଟେଜ

ମଧ୍ୟପ୍ରଦେଶ: ଗ୍ୱାଲିଅରରେ ଜଣେ ଝିଅକୁ ଅପହରଣ କରାଯିବା ମାମଲା ସାମ୍ନାକୁ ଆସିଛି। ଦୁଇଜଣ ମାସ୍କ ପିନ୍ଧା ଦୁଷ୍କର୍ମକାରୀ ଏହି ଅପରାଧ କରିଛନ୍ତି। ସିସିଟିଭି ଫୁଟେଜରେ ଦୁଇଜଣ ବ୍ୟକ୍ତି ବାଇକରେ ଆସି ବାଧ୍ୟ କରି ଝିଅକୁ ନେଇଯାଉଛନ୍ତି। ଏହି ଘଟଣା ଗ୍ୱାଲିଅର ବସଷ୍ଟାଣ୍ଡରେ ଘଟିଛି। ଏହି ଘଟଣା ଘଟିବା ପରେ ଝିଅଟି ଭିଣ୍ଡରୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଗ୍ୱାଲିଅରକୁ ଆସିଥିଲା।

ସୂଚନା ଅନୁସାରେ, ଝିଅଟି ଦୀପାବଳି ଦିନ ଅପହରଣ ହୋଇଯାଇଛି । ଝିଅଟି ତା ସଂପର୍କୀୟଙ୍କ ଘରକୁ ବୁଲିବା ପାଇଁ ଆସିବା ବେଳେ ଏପରି ଅଘଟଣ ଘଟିଛି । ଏହି ଘଟଣାଟି ଏକ ପେଟ୍ରୋଲ ପମ୍ପରେ ଘଟିଛି । ସିସିଟିଭି ଫୁଟେଜରେ ଏହା ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ବାଇକକୁ ଷ୍ଟାର୍ଟ କରି ଠିଆ ହୋଇଛି । ଆଉ ଜଣେ ଯୁବକ ମୁହଁରେ କପଡା ଗୁଡାଇ ଝିଅକୁ ଜୋରଜବରଦସ୍ତି ଟାଣି ଟାଣି ଆଣୁଛନ୍ତି ।

ଏହାପରେ ଝିଅକୁ ସିଧା ଉଠାଇ ବାଇକରେ ବସାଇବାକୁ ଚେଷ୍ଟା କରୁଛି । ହେଲେ ଝିଅଟି ବାଇକରେ ବସିବାକୁ ଚାହୁଁ ନାହିଁ ଏବଂ ବାଇକରୁ ଓହ୍ଲାଇ ପଡୁଛି । ହେଲେ ଯୁବକ ଜଣକ ଜୋରଜବରଦସ୍ତ କରି ଝିଅକୁ ବାଇକରେ ବସାଉଛନ୍ତି ଏବଂ ଅନ୍ୟ ଯୁବକ ଜଣକ ଗାଡିକୁ ଚଲାଉଛନ୍ତି । ଏହାପରେ ବାଇକରେ ବସାଉଥିବା ଯୁବକ ଗାଡି ପଛେ ପଛେ ଦୌଡୁଛନ୍ତି ।

Get real time updates directly on you device, subscribe now.