fbpx
BSKY SKY
BSKY SKY

ବିଶ୍ୱକପ୍ ଫାଇନାଲରେ ହାରିଲା ଭାରତ, ହିନ୍ଦୁ ଦେବାଦେବୀଙ୍କ ଉପରେ ପ୍ରଶ୍ନ ଉଠାଇ ବିବାଦରେ ବିଜେପି ନେତା

BSKY

ନୂଆଦିଲ୍ଲୀ: ୱାର୍ଲ୍ଡକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବା ପରେ ଭାରତର କ୍ରିକେଟ୍ ଟିମ୍‌କୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ହେଉଛି । କିଛି ଲୋକ ଭାରତୀୟ ଟିମ୍‌କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ଲୋକ ଖେଳାଳୀଙ୍କ ମନ ରଖିବାକୁ କହୁଛନ୍ତି ଖେଳରେ ହାର ଜିତ୍ ଲାଗି ରହିଥାଏ । ଇତିମଧ୍ୟରେ ଉତ୍ତରପ୍ରଦେଶ ଗୋପାମଉରୁ ବିଜେପି ବିଧାୟକ ଶ୍ୟାମପ୍ରକାଶଙ୍କ ଏକ ବିବାଦୀୟ ପୋଷ୍ଟ ସାମ୍ନାକୁ ଆସିବାରେ ଲାଗିଛି ଯେଉଁଥିରେ ସେ ଭାରତୀୟ ଟିମ୍‌ର ହାରିବା କଥା କହି ହିନ୍ଦୁ ଦେବାଦେବୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଗୋପାମାଉ ବିଜେପି ବିଧାୟକ ଶ୍ୟାମପ୍ରକାଶ ସୋସିଆଲ ମିଡିଆରେ ନିଜ କମେଣ୍ଟକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଭାରତୀୟ ଟିମ୍‌ର ପରାଜୟକୁ ନେଇ ବି ବିବାଦୀୟ କମେଣ୍ଟ ଦେଇଛନ୍ତି । ସେ ଫେସବୁକ୍‌ରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଟିପ୍ପଣୀ ରଖି ବିବାଦକୁ ଆସିଯାଇଛନ୍ତି । ଶ୍ୟାମ ପ୍ରକାଶ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି, ଦେଶରେ ସମସ୍ତେ ଭାରତୀୟ ଟିମ୍‌ର ବିଜୟ ଲାଗି ନିଜ ଦେବୀ ଦେବତା, ଗୁରୁ ଓ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଯଦି ଭାରତରେ ଦେବୀ ଦେବତା କିମ୍ବା ଭଗବାନ ଅଛନ୍ତି ଓ ତାଙ୍କ ଅଧୀନରେ ସବୁକିଛି ରହିଛି ତେବେ ସେ କ’ଣ ପୁରା ଦେଶକୁ ନିରାଶ କରି ଭାରତୀୟ ଟିମ୍‌କୁ ହାରିବାକୁ ଦେଇଥାନ୍ତେ କି? ଏହା ସହ ସେ ପୋଷ୍ଟରେ ଲେଖିଛନ୍ତି କୁଆଡେ ଗଲେ ଆଜିିର ଭଗବାନ ଓ ଧାମବାଲା ଗୁରୁ ? ଶ୍ୟାମ ପ୍ରକାଶଙ୍କ ଏପରି ଟିପ୍ପଣୀ ଏବେ ରାଜ୍ୟସାରା ଚର୍ଚ୍ଚା ଖେଳାଇ ଦେଇଛି ।

Get real time updates directly on you device, subscribe now.