fbpx

Microsoftରେ ଯୋଗ ଦେବେ Sam Altman ଏବଂ Greg Brockman, ଘୋଷଣା କଲେ ସତ୍ୟ ନାଡେଲା

AAKASH

ନୂଆଦିଲ୍ଲୀ: OpenAI ରୁ ବହିଷ୍କୃତ ହେବା ପରେ ସାମ ଅଲ୍ଟମାନ ମାଇକ୍ରୋସଫ୍ଟରେ ଯୋଗ ଦେଉଛନ୍ତି। କେବଳ ଏତିକି ନୁହେଁ, ସାମ ଅଲ୍ଟମ୍ୟାନଙ୍କ ସହିତ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ମାଇକ୍ରୋସଫ୍ଟରେ ପ୍ରବେଶ କରୁଛନ୍ତି। ଆଲଟମ୍ୟାନ୍ ଏବଂ ଗ୍ରେଗ ବ୍ରକମ୍ୟାନଙ୍କ ବିଷୟରେ ଏହି ନୂତନ ସୂଚନା ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲା ପ୍ରଦାନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଲଟମ୍ୟାନଙ୍କ OpenAI କୁ ଫେରିବା ବିଷୟରେ ଖବର ଆସିଥିଲା।

ବାସ୍ତବରେ ସତ୍ୟ ନାଡେଲା ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ସହିତ ନାଡେଲା ସାମ ଆଲଟମ୍ୟାନଙ୍କ ସହ ଗ୍ରେଗ ବ୍ରୋକମ୍ୟାନଙ୍କ ବିଷୟରେ ଏହି ନୂତନ ସୂଚନା ଦେଇଛନ୍ତି। ସତ୍ୟ ନାଡେଲା ଏହି ପୋଷ୍ଟରେ ଲେଖିଛନ୍ତି ଯେ ମାଇକ୍ରୋସଫ୍ଟ OpenAI ସହିତ ସହଭାଗିତା ଜାରି ରଖିବ। ପାରସ୍ପରିକ ସହଭାଗୀତା ସହିତ ଉଭୟ କମ୍ପାନୀ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବେ।

ଆମେ ଏମେଟ୍ ଶିଅର୍ ଏବଂ OAI ର ନୂତନ ନେତୃତ୍ୱ ଦଳ ବିଷୟରେ ଅଧିକ ଜାଣିବାକୁ ଉତ୍ସାହିତ। ଏହା ସହିତ, ସାମ ଅଲ୍ଟମ୍ୟାନ୍ ଏବଂ ଗ୍ରେଗ ବ୍ରୋକମ୍ୟାନ୍ ମାଇକ୍ରୋସଫ୍ଟରେ ଯୋଗ ଦେଉଛନ୍ତି ବୋଲି ଘୋଷଣା କରିବାକୁ ଆମେ ବହୁତ ଉତ୍ସାହିତ। ସାମ ଅଲ୍ଟମ୍ୟାନ୍ ଏବଂ ଗ୍ରେଗ ବ୍ରୋକମ୍ୟାନ୍ ମାଇକ୍ରୋସଫ୍ଟରେ ନୂତନ ଆଡଭାନ୍ସଡ୍ ଏଆଇ ରିସର୍ଚ୍ଚ ଟିମରେ ସେମାନଙ୍କ ସହକର୍ମୀମାନଙ୍କ ସହ ଯୋଗଦେବେ। ଆମେ ସେମାନଙ୍କ ସଫଳତା ପାଇଁ ଯଥାଶୀଘ୍ର ଆବଶ୍ୟକ ଉତ୍ସଗୁଡିକ ଯୋଗାଇଦେବୁ।

Get real time updates directly on you device, subscribe now.