fbpx

ରାସ୍ତା ଉପରେ ଜଳିଗଲା ବସ୍, ୧୨ ଶିଶୁଙ୍କ ସମେତ ୪୫ ଯାତ୍ରୀ ମୃତ

ବୁଲଗେରିଆ: ରାସ୍ତା ଉପରେ ହଠାତ୍ ଜଳି ଉଠିଲା ବସ୍ । ଫଳରେ ନିଆଁ କବଳରେ ଆସି ୪୫ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୧୨ ଜଣ ଶିଶୁ ଯାତ୍ରା କରୁଥିବା ଜଣାପଡ଼ିଛି । ବସ୍ ରେ ଯାତ୍ରା କରୁଥିବା ଅଧିକାଂଶ ଉତ୍ତର ମେସେଡୋନିଆ ଟୁରିଷ୍ଟ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ମଙ୍ଗଳବାର ଦିନ ବୁଲଗେରିଆ ଠାରେ ଘଟିଛି । ତେବେ ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେମାନେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ବସ୍ ରେ ନିଆଁ ଲାଗିଥିବା ଦେଖି ୭ଜଣ ଯାତ୍ରୀ ବସ୍ ରୁ ଡେଇଁ ବାକୁ ଚେଷ୍ଟା କରିଥିଲେ । ଯାହାଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସୋଫିଆ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ହସ୍ପିଟାଲର କର୍ମଚାରୀ ମାନେ କହିଛନ୍ତି । ତେବେ ବସ୍ ରେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ । ବସ୍ ରେ ନିଆଁ ଲାଗିବା ପରେ ଦୁର୍ଘଟଣାର ଶିକାର ହୋଇଥାଇପାରେ କିମ୍ବା ଦୁର୍ଘଟଣା ପରେ ନିଆଁ ଲାଗିଥାଇପାରେ ବୋଲି ବୁଲଗେରିଆନ୍ ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଏହାର କିଛି ଫଟୋ ସାମନାକୁ ଆସିଛି । ସେଥିରେ ଦେଖିବାକୁ ମିଳିଛି ଯେ, ବସ୍ ଟି ରାସ୍ତା ମଝିରେ ଜଳୁଛି ।

Get real time updates directly on you device, subscribe now.