fbpx

ବଡ଼ ଖବର: ସୁନ୍ଦରଗଡ଼ରେ ୫୩ ଛାତ୍ରୀ କରୋନା ପଜିଟିଭ୍

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିଛି ସତ, କିନ୍ତୁ ସମ୍ପୂର୍ଣ୍ଣ ବିପଦ ଦୂରେଇ ଯାଇନି । ଏବେବ ବି ଅନେକ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସାଧାରଣ ଜନତା ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ସୁନ୍ଦରଗଡ଼ରେ ୫୩ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ପଜିଟିଭ୍ ହୋଇଛନ୍ତି । ପଜିଟିଭ୍ ରିପୋର୍ଟ ଆସିବା ପରେ ସମସ୍ତ ଆକ୍ରାନ୍ତ ଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇଛି ।

ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି । ସମସ୍ତ ଛାତ୍ରୀ ସ୍କୁଲ ହଷ୍ଟେଲରେ ରହୁଥିବା ଜଣାପଡିଛି । ଘଟଣାକୁ ନେଇ ୭ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ଆଜି ବୁର୍ଲା ମେଡିକାଲ କଲେଜର ୨୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ବୁର୍ଲା ମେଡିକାଲ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.